Odisha Link
Bridging the Missing Links in Odisha

ମହାମହିମଙ୍କ ଅଭିଭାଷଣ: କଟକର ସୁବର୍ଣ୍ଣ ଇତିହାସ ବର୍ଣ୍ଣନା କଲେ ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ: କାଲିଠୁ ତିନିଦିନିଆ ଓଡ଼ିଶାରେ ଗସ୍ତରେ ଆସିଛନ୍ତି ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଚଳଚଂଚଳ କଟକ ସହର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଅର୍ଥାତ ଆଜି କଟକରେ ଏକାଧିକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଆଜି ମହାମହିମ କଟକ ଗସ୍ତରେ ଆସି ମଧୁବାବୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଛନ୍ତି।

ଏହା ପରେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣ କରିଛନ୍ତି। ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ। ଏକଥା ଆଗରୁ ମଧ୍ୟ ମୁଁ କହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ମହାମହିମ ଆହୁରି ମଧ୍ୟ କହିଛନ୍ତି, ସମାଜର ଅନେକ ବର୍ଗ ମାମଲା ଲଢ଼ିବାକୁ ସମର୍ଥ ନୁହଁନ୍ତି। ବଞ୍ଚିତ ବର୍ଗଙ୍କୁ କିଭଳି ନ୍ୟାୟ ପ୍ରଦାନ କରାଯିବ, ଗୁରୁତ୍ୱ ମିଳିବା ଉଚିତ। ଏଥିପାଇଁ ଆଇନ ସହାୟତା ମିଳୁଥିବାରୁ ଧନ୍ୟବାଦ ଦେଉଛି। ଅନେକ ଆଇନଜୀବୀ ବି ମାଗଣା ଆଇନ ସହାୟତା ଦେଉଛନ୍ତି ବୋଲି ମହାମହିମ କହିଛନ୍ତି। ଏହା ସହ ମହାମହିମ ନିଜ ଅଭିଭାଷଣରେ କଟକର ସୁବର୍ଣ୍ଣ ଇତିହାସ ବର୍ଣ୍ଣନା କଲେ। ୭୫ବର୍ଷ ପୂର୍ତ୍ତି ଅବସରେ ମହାମହିମ ସ୍ବତନ୍ତ୍ର ଡାକ ଟିକଟ ଉନ୍ମୋଚନ କଲେ।

ଅନ୍ୟପଟେ, ଅପରାହ୍ନ ୩ଟାରୁ ୩ଟା ୪୫ରେ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବେ। ଅପରାହ୍ଣ ୪ଟା ୧୫ରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦେବେ। ସଂଧ୍ୟା ୬ଟା ୩୦ ସୁଦ୍ଧା ରାଜଭବନ ଫେରି ରାତ୍ରୀଯାପନ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି।

Leave A Reply

Your email address will not be published.