ପୁଲିସ ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା ଉଦ୍ୟମ, କିଛି ଦିନ ତଳେ ମିଳିଥିଲା ପଦୋନ୍ନତି
ଇନ୍ସପେକ୍ଟର ଜଣକ ହେଉଛନ୍ତି ନରେନ୍ଦ୍ର ବିଶ୍ବାଳ।
ଓଏଲ୍ ବ୍ୟୁରୋ: କୋରାପୁଟର ଜଣେ ପୁଲିସ ଇନ୍ସପେକ୍ଟର ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଛି। ଡ୍ୟୁଟିରେ ଥିବାବେଳେ ସର୍ଭିସ ରିଭଲବରରେ ନିଜକୁ ନିଜେ ଗୁଳି ମାରିଥିବା ଜଣା ପଡିଛି। କୋରାପୁଟର ଆତ୍ମହତ୍ୟା ଉଦ୍ୟମ କରିଥିବା ଇନ୍ସପେକ୍ଟର ଜଣକ ହେଉଛନ୍ତି ନରେନ୍ଦ୍ର ବିଶ୍ବାଳ। କିଛି ଦିନ ତଳେ ନରେନ୍ଦ୍ର ବିଶ୍ବାଳଙ୍କୁ ପଦୋନ୍ନତି ମିଳିଥିଲା। ନରେନ୍ଦ୍ରଙ୍କ ବେକରେ ଗୁଳି ବାଜିଥିବାବେଳେ ଏଭଳି କାଣ୍ଡର ସ୍ପଷ୍ଟ ହୋଇପାରିନାହିଁ। ଗୁରୁତର ଅବସ୍ଥାରେ ପ୍ରଥମେ କୋରାପୁଟ ପରେ ବିଶାଖାପାଟଣା ମେଡିକାଲ ସ୍ଥାନାନ୍ତର କରାଯାଇଛି।