ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ପଞ୍ଝାରେ ଏରସମା ଆରଆଇ
ଭିଜିଲାନ୍ସ ଜାଲରେ ଧରାପଡିଥିବା ସରକାରୀ ବାବୁ ଜଣକ ହେଲେ ଏରସମା ସର୍କଲ ଗୋଡ଼ା ଆରଆଇ।

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ କର୍ମଚାରୀ। ଭିଜିଲାନ୍ସ ଜାଲରେ ଧରାପଡିଥିବା ସରକାରୀ ବାବୁ ଜଣକ ହେଲେ ଏରସମା ସର୍କଲ ଗୋଡ଼ା ଆରଆଇ। ଜମି ମ୍ୟୁଟେସନ ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆରଆଇ ନୃସିଂହ ରାଉତ ଧରାପଡିଛନ୍ତି।