Odisha Link
Bridging the Missing Links in Odisha

ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲା: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସମ୍ପୃକ୍ତ ୮ ଅଭିଯୁକ୍ତ ଗିରଫ

ଓଏଲ୍‌ ବ୍ୟୁରୋ: ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ସମ୍ପୃକ୍ତ ଆଉ ୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତ ୧୬ ତାରିଖରେ ୯ ଅଭିଯୁକ୍ତ ପଶ୍ଚିମବଙ୍ଗ ଦୀଘାରୁ ଗିରଫ ହୋଇଥିଲେ। ପରେ ଏହି ଘଟଣାରେ ସମ୍ପୃକ୍ତ ଆହୁରି ଅଭିଯୁକ୍ତ ଗିରଫ କରାଯାଇ ଥିବାବେଳେ ଆଜି ଗିରଫ ହୋଇଥିବା ୮ ଜଣଙ୍କୁ ମିଶାଇ ଗିରଫଦାରୀ ସଂଖ୍ୟା ୨୫ରେ ପହଂଚିଛି।

ଅନ୍ୟପଟେ, ଓଏସଏସସି ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ଅନେକ ଚର୍ଚ୍ଚା ହେଉଥିବାବେଳେ ବାଲେଶ୍ବର ଏସ୍‌ପି ଏନେଇ ସୂଚନା ଦେଇଥିଲେ। ବାଲେଶ୍ୱର ଏସ୍‌ପି ସାଗରିକା ନାଥ କହିଛନ୍ତି, ମାଷ୍ଟର ମାଇଣ୍ଡ ରାଜ୍ୟ ବାହାରର ହୋଇଥିବା ସନ୍ଦେହ କରାଯାଉଛି। ଘଟଣାରେ ଗିରଫ କିଛି ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ଆଣିଛୁ। ସେମାନଙ୍କୁ ପଚରାଉଚରା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି।

ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ରାକେଟରେ ସଂପୃକ୍ତ ଓଡ଼ିଶାର କିଛି ଲୋକ ମଧ୍ୟସ୍ଥ କାମ କରୁଥିଲେ। ମାଷ୍ଟରମାଇଣ୍ଡ ଓଡ଼ିଶା ବାହାରେ ରହି ରାକେଟ ଅପରେଟ କରୁଥିଲା। ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟମାନଙ୍କୁ ଧରିବାକୁ ୫ଟିମ୍ ରାଜ୍ୟ ବାହାରେ ଅଛି। ଏଯାବତ ତଦନ୍ତରୁ ଯାହା ଜଣାପଡ଼ିଛି ଓଏସଏସସିର କାହାରି ସଂପୃକ୍ତି ନାହିଁ ବୋଲି ବାଲେଶ୍ୱର ଏସ୍‌ପି ସାଗରିକା ନାଥ ସ୍ପଷ୍ଟ କରିଥିଲେ।

Leave A Reply

Your email address will not be published.