Odisha Link
Bridging the Missing Links in Odisha

ସଂସଦୀୟ ରେକର୍ଡରୁ ବାଦ୍‌ ପଡ଼ିଲା ରାହୁଲ ଗାନ୍ଧିଙ୍କ ବିବାଦୀୟ ଶବ୍ଦ, ନିର୍ଦ୍ଦେଶ ଦେଲେ ବାଚସ୍ପତି

ଓଏଲ୍‌ ବ୍ୟୁରୋ: ନବନିର୍ମିତ ସଂସଦ ଭବନରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେଉଛି। ସଂସଦରେ ଅନାସ୍ଥା ବିତର୍କ ଜାରି ରହିଥିବାବେଳେ ଅନାସ୍ଥା ବିତର୍କରେ ରାହୁଲ ଗାନ୍ଧୀ ବକ୍ତବ୍ୟ ରଖିଥିଲେ। ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ବିବାଦୀୟ ଶବ୍ଦ ପ୍ରୟୋଗ ସଂସଦୀୟ ରେକର୍ଡରୁ ବାଦ ଦେବାକୁ ବାଚସ୍ପତି ଓମ୍‌ ବିର୍ଲା ନିର୍ଦ୍ଦେଶ ଦିଆଯାଇଛି। ଅନାସ୍ଥା ପ୍ରସ୍ତାବ ବିତର୍କ ବେଳେ ଏପରି କିଛି ଶବ୍ଦ ପ୍ରୟୋଗ କରିଥିଲେ। ମଣିପୁରରେ ‘ଭାରତ ମାତାକୁ ହତ୍ୟା’ କରାଯାଇଛି ବୋଲି କହିଥିଲେ। ଅପମାନଜନକ ଭାଷା ଦର୍ଶାଇ ସଂସଦୀୟ ରେକର୍ଡରୁ ବାଚସ୍ପତି ବାଦ୍‌ ଦେଇଛନ୍ତି।

ସୂଚନା ଅନୁସାରେ, ସଂସଦରେ ଅନାସ୍ଥା ବିତର୍କ ଜାରି ରହିଥିବାବେଳେ ଅନାସ୍ଥା ବିତର୍କରେ ରାହୁଲ ଗାନ୍ଧୀ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ବେଳେ ମୁଁ ଜାଣିନଥିଲି କାହିଁକି ମୁଁ ଯାଉଛି। ମୋତେ ଜଣାନଥିଲା, ଏ ଯାତ୍ରା କାହିଁକି ମୁଁ ଆରମ୍ଭ କରିଛି। ଯାତ୍ରା ଆରମ୍ଭ ବେଳେ ମୋ ମନରେ ଅହଙ୍କାର ଥିଲା। ଧିରେ ଧିରେ କଷ୍ଟ ପାଇଲି, ଅହଙ୍କାର କ୍ରମେ ଡରାଇବାକୁ ଲାଗିଲା। ଭାରତର ସ୍ୱର ଶୁଣିବାକୁ ହେଲେ ଆମକୁ ଅହଙ୍କାର ଛାଡ଼ିବାକୁ ପଡ଼ିବ।

ଏହା ସହ ଚାଷୀଙ୍କୁ ଫସଲ ବୀମା ଟଙ୍କା ମିଳୁନଥିବା ଯାତ୍ରା କାଳରେ ଜାଣିଲି। ନିକଟରେ ମୁଁ ମଣିପୁର ଯାଇଥିଲି। ପ୍ରଧାନମନ୍ତ୍ରୀ କିନ୍ତୁ ଯାଇନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଇଁ ମଣିପୁର ମୂଲ୍ୟହୀନ, ମଣିପୁରକୁ ବାଣ୍ଟି ଦେଇଛନ୍ତି। ମଣିପୁର ଆଉ ନାହିଁ, ତାକୁ ଭାଗ ଭାଗ କରିଦିଆଯାଇଛି। ମଣିପୁରରେ ଭାରତର ହତ୍ୟା ହୋଇଛି। ମଣିପୁରକୁ ଦୁଇ ଭାଗ କରି ଦିଆଯାଇଛି। ତଥାପି ପ୍ରଧାନମନ୍ତ୍ରୀ ଆଜି ଯାଏଁ ମଣିପୁର ଯାଇ ନାହାନ୍ତି ବୋଲି ରାହୁଲ ଗାନ୍ଧୀ ବକ୍ତବ୍ୟ ରଖିଥିଲେ।

ରାହୁଲ ଗାନ୍ଧୀ ଶାସକ ଦଳକୁ ଟାର୍ଗେଟ କରି କହିଥିଲେ, ଭାରତର ସ୍ୱରକୁ ଆପଣ ମଣିପୁରରେ ମାରିଛନ୍ତି। ମଣିପୁର ଲୋକଙ୍କୁ ମାରି ଆପଣ ଭାରତମାତାର ହତ୍ୟା କରିଛନ୍ତି। ଆପଣ ଦେଶପ୍ରେମୀ ନୁହଁନ୍ତି, ଆପଣ ଦେଶଦ୍ରୋହୀ। ଆପଣ ଭାରତର ରକ୍ଷାକର୍ତ୍ତା ନୁହଁନ୍ତି, ଭାରତର ହତ୍ୟାକାରୀ। ଭାରତୀୟ ସେନା ଦିନକରେ ମଣିପୁରରେ ଶାନ୍ତି ଆଣିପାରିବେ। ଭାରତୀୟ ସେନାକୁ ମଣିପୁରରେ ନିୟୋଜିତ କରାଯାଉନାହିଁ। ଲଙ୍କାକୁ ହନୁମାନ ନୁହେଁ, ରାବଣର ଅହଙ୍କାର ଜଳାଇଥିଲା। ରାବଣକୁ ତା ଅହଙ୍କାର ମାରିଥିଲା। ସାରା ଦେଶରେ ଆପଣ ଭାରତମାତାକୁ ହତ୍ୟା କରିଚାଲିଛନ୍ତି।

Leave A Reply

Your email address will not be published.