Odisha Link
Bridging the Missing Links in Odisha

ସିଲାବସ୍‌ କମିଟିର ବୈଠକ: ସେପ୍ଟେମ୍ବର ୫ରୁ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପାଠପଢା

ଓଏଲ୍‌ ବ୍ୟୁରୋ: ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସିଲାବସ୍‌ କମିଟି ବୈଠକ ଆୟୋଜିତ ହୋଇଛି। ରବି ନାରାୟଣ ସେନାପତିଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟି ବୈଠକ ହୋଇଛି। ସେପ୍ଟେମ୍ବର ୫ରୁ ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟରେ ପାଠପଢା ଆରମ୍ଭ ହେବ। ୩ଟି ବିଭାଗରେ ଆଡମିଶନ, ସବୁ ବିଭାଗରେ ୨୪ଟି ଲେଖାଏଁ ସିଟ୍‌ ରହିବ। ଏହା ସହ ବିଶ୍ଵବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଖୁବ ଜୋରରେ ଅଗ୍ରସର ହୋଇଛି।

ସୂଚନା ଅନୁସାରେ, ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ବଜେଟର ବ୍ୟୟ ଅଟକଳ ରହିଛି ୨ ଲକ୍ଷ ୩୦ ହଜାର କୋଟି। ଯେଉଁଥିରେ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦ ହଜାର ୩୦ କୋଟି ବ୍ୟୟ ବରାଦ ହୋଇଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ବଜେଟରେ ୨୦ କୋଟି ବ୍ୟୟ ଅଟକଳ କରାଯାଇଥିଲା।

Leave A Reply

Your email address will not be published.