ମିଶନ ଆଦିତ୍ୟ ଏଲ୍-୧: ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ
ଓଏଲ୍ ବ୍ୟୁରୋ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ। ଲଞ୍ଚ୍ ହେବ ଆଦିତ୍ୟ ଏଲ୍-୧। ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ତେବେ ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଦେଇଛନ୍ତି।
PSLV-C57/Aditya-L1 Mission:
Aditya-L1, the first space-based Indian observatory to study the Sun ☀️, is getting ready for the launch.
The satellite realised at the U R Rao Satellite Centre (URSC), Bengaluru has arrived at SDSC-SHAR, Sriharikota.
More pics… pic.twitter.com/JSJiOBSHp1
— ISRO (@isro) August 14, 2023
ଅନ୍ୟପଟେ,ସଫଳତା ଅଭିମୁଖେ ଇସ୍ରୋ। ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରଯାନ-୩ ପ୍ରବେଶ କରିଛି। ଏହା ସହ ଚନ୍ଦ୍ରର ପ୍ରଥମ ଫଟୋ ଚନ୍ଦ୍ରଯାନ-୩ ପଠାଇବା ପରେ ଏବେ ଆଉ ଏକ ନିକଟତର ଚିତ୍ର ସାମ୍ନାକୁ ଆସିଛି। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଟ୍ବିଟ୍ କରିଥିବା ଚନ୍ଦ୍ରମାର ପ୍ରଥମ ଫଟୋର ବାମପଟେ ସ୍ବର୍ଣ୍ଣିମ ରଙ୍ଗର ଚନ୍ଦ୍ରଯାନର ସୋଲାର ପ୍ୟାନେଲ ଦୃଶ୍ୟମାନ ହେଉଛି।