ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ପଞ୍ଝାରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର

ଓଏଲ୍ ବ୍ୟୁରୋ: ପୁଣି ଭିଜିଲାନ୍ସ ଜାଲରେ ଦୁଇ ଜଣ ସରକାରୀ କର୍ମଚାରୀ। ଭିଜିଲାନ୍ସ ପଞ୍ଝାରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର ଧରାପଡ଼ିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରେ ଜଣେ ମହିଳାଙ୍କୁ ଚାକିରୀ କରାଇଦେବେ କହି ୧୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଖବର ପାଇ ଭିଜିଲାନ୍ସ ଚଢ଼ାଉ କରି ଭଦ୍ରକ ସିଡିପିଓ ଓ ସୁପରଭାଇଜର ଧରାପଡ଼ିଛନ୍ତି। ଚାକିରୀ କରାଇଦେବେ କହି ୧୦ ହଜାର ଟଙ୍କା ଲାଞ୍ଚ ନେଇ ସିଡିପିଓ ସୁନନ୍ଦା ଦାସ, ସୁପରଭାଇଜର ସୁଲୋଚନା ବେହେରା ଧରାପଡ଼ିଥିଲେ।