Odisha Link
Bridging the Missing Links in Odisha

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଠାବ ହେଲା ମାଓ କ୍ୟାମ୍ପ

ଓଏଲ୍‌ ବ୍ୟୁରୋ: ନୂଆପଡ଼ାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ଖବର ସାମ୍ନାକୁ ଆସିଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏହା ଠାବ ହୋଇଛି।

ସିନାପାଲି ଥାନା ଝୋଲାପଡ଼ା ଗାଁ ନିକଟ ଜଙ୍ଗଲରେ କ୍ୟାମ୍ପ ଠାବ ହୋଇଛି। ୨୮ଟି ଡିଟୋନେଟର,୧ କେଜି ବିସ୍ଫୋରକ ସହ ବହୁ ସାମଗ୍ରୀ ଜବତ ହୋଇଛି। ଏସଓଜି, ଡିଭିଏଫ, କୋବ୍ରା ଓ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି।

Leave A Reply

Your email address will not be published.