Odisha Link
Bridging the Missing Links in Odisha

ସ୍ୱର୍ଣ୍ଣପଦକ ଆଶାରେ ନୀରଜ ଚୋପ୍ରା, ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପର ଫାଇନାଲରେ ମିଳିଲା ସ୍ଥାନ

ଓଏଲ୍‌ ବ୍ୟୁରୋ: ପୁଣି କମାଲ କଲେ ଜାଭଲିନ୍ ଥ୍ରୋୟର ନୀରଜ ଚୋପ୍ରା। ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟ ଠାରେ ଆଥଲେଟିକ୍ସ ଚମ୍ପିଆନସିପ ୨୦୨୩ ଆୟୋଜିତ ହେଉଛି। ଏହି କ୍ରମରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପର ଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ଏହାସହ ସେ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି। ନୀରଜ ଚୋପ୍ରା ତାଙ୍କର ପ୍ରଥମ ଉଦ୍ୟମରେ ୮୮.୭୭ ମିଟର ଦୂରତା ଫିଙ୍ଗି ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିପାରିଛନ୍ତି।

ସୂଚନା ଅନୁସାରେ, ୨୦୨୨ରେ ଇତିହାସ ରଚିଥିଲେ ଷ୍ଟାର ଜାଭେଲିନ ଥ୍ରୋ ନୀରଜ ଚୋପ୍ରା। ଦେଶ ପାଇଁ ଗର୍ବ ଗୌରବ ଆଣିଥିଲେ ନିରୋଜ ଚୋପ୍ରା। ନୀରଜ ଚୋପ୍ରା ଜ୍ୟୁରିଖରେ ଡାଇମଣ୍ଡ ଲିଗ ଫାଇନାଲରେ ନିଜର ପ୍ରଥମ ସ୍ଥାନ ଅଧିକାର କରି ଇତିହାସ ରଚିଥିଲେ। ଜାଭେଲିନ ଥ୍ରୋରେ ୮୮.୪୪ ମିଟର ପର୍ଯ୍ୟନ୍ତ ଫିଙ୍ଗି ନୂଆ ରେକର୍ଡ କରିଥିଲେ। ନୀରଜ ଚମତ୍କାର ପ୍ରଦର୍ଶନ କରି ଡାଇମଣ୍ଡ ଲିଗ୍ ଫାଇନାଲ ଜିତିଥିଲେ।

ଏହି ଟାଇଟଲ ଜିତିବାରେ ନୀରଜ ହେଉଛନ୍ତି ପ୍ରଥମ ଭାରତୀୟ ଆଥଲେଟିକ୍। ଟୋକିଓ ଅଲମ୍ପିକ୍ସରେ ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତି ଦେଶପାଇଁ ଗୌରବ ଆଣିଥିଲେ। ଏବେ ତାଙ୍କର ନଜର ବିଶ୍ୱ ଚାମ୍ପିଅନସିପର ସ୍ୱର୍ଣ୍ଣପଦକ ଉପରେ ରହିଛି। ଗତବର୍ଷ ନୀରଜ ଚୋପ୍ରା ଏହି ଟୁର୍ଣ୍ଣାମେଣ୍ଟରେ ରୌପ୍ୟପଦକ ଜିତିଥିଲେ। ଏବେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବ।

Leave A Reply

Your email address will not be published.