Odisha Link
Bridging the Missing Links in Odisha

ବିଶ୍ୱକପ୍‌ କ୍ରିକେଟ-୨୦୨୩: ଆଜିଠୁ ଭାରତ ମ୍ୟାଚ୍‌ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ

ଓଏଲ୍‌ ବ୍ୟୁରୋ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ବିଶ୍ୱକପ୍‌ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଉତ୍ସାହ ବଢୁଥିବା ବେଳେ ଦିନିକିଆ ବିଶ୍ୱକପକୁ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ। ବିଶ୍ବ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ସେପ୍ଟମ୍ବର ୨ରେ ମୁହାଁମୁହିଁ ହେବେ। ବିଶ୍ୱକପ୍‌ କ୍ରିକେଟ ୨୦୨୩ରେ ଭାରତ ଖେଳିବାକୁ ଥିବା ବିଭିନ୍ନ ମ୍ୟାଚ ପାଇଁ ଟିକେଟ ଆଜିଠାରୁ ବିକ୍ରି ହେବ।

ପ୍ରଥମେ ବିଶ୍ୱକପର ୩ଟି ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭ କରାଯିବ। ଚେନ୍ନାଇ, ଦିଲ୍ଲୀ ଏବଂ ପୁଣେର ମ୍ୟାଚ ପାଇଁ ଟିକେଟ ବିକ୍ରି କରାଯିବ। ତିନି ମ୍ୟାଚ୍‌ର ଅନ୍‌ଲାଇନରେ ଟିକେଟ୍‌ ବିକ୍ରି ନେଇ ଆଇସିସି ପକ୍ଷରୁ ସୂଚନା ଜାରି ହୋଇଛି। ସେପ୍ଟେମ୍ବର ୧,୨, ୩ରେ ଭାରତର ଅନ୍ୟ ମ୍ୟାଚ୍‌ର ଟିକେଟ ମିଳିବ। ସେପ୍ଟେମ୍ବର ୧୫ରେ ସେମି ଫାଇନାଲ ଓ ଫାଇନାଲ ପାଇଁ ଟିକେଟ୍‌ ବିକ୍ରି କରାଯିବ।

Leave A Reply

Your email address will not be published.