Odisha Link
Bridging the Missing Links in Odisha

କମିଲା କମର୍ସିଆଲ ଗ୍ୟାସ୍‌ ଦର

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ସେପ୍ଟେମ୍ୱର ମାସ। ଆଉ ମାସ ଆରମ୍ଭରୁ ଜନସାଧାରଣଙ୍କ ପାଇଁ ଆସିଲା ଖୁସି ଖବର। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ଶସ୍ତା ହୋଇଛି। କେବଳ କମର୍ସିଆଲ୍‌ ସିଲିଣ୍ଡର ଦର ହ୍ରାସ ପାଇଛି। ସରକାରୀ ତୈଳ କମ୍ପାନୀପକ୍ଷରୁ ଜାରି ଦର ଅନୁସାରେ, ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ୧୫୮ ଟଙ୍କା କମିଥିବା ସୂଚନା ରହିଛି। ଦିଲ୍ଲୀରେ ଏବେ ୧୯ କେଜି ସିଲିଣ୍ଡର ଦର ୧୫୨୨ ଟଙ୍କା ରହିଛି।

Leave A Reply

Your email address will not be published.