Odisha Link
Bridging the Missing Links in Odisha

ନିଅଣ୍ଟିଆ ବର୍ଷା, ଓଡ଼ିଶାରେ ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି

ଓଏଲ୍ ବ୍ୟୁରୋ: ଦୁର୍ବଳ ମୌସୁମୀ ପ୍ରଭାବ ପାଇଁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ଦିନ ତମାମ ଆର୍ଦ୍ରତା ୬୦ ପ୍ରତିଶତରୁ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଥିବା କୁହାଯାଉଛି। ମୌସୁମୀ ପ୍ରଭାବ ଦୁର୍ବଳ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଖରା ଅନୁଭୂତ ହେଉଛି। ନିଅଣ୍ଟିଆ ବର୍ଷା କାରଣରୁ ଚାଷୀର ଚିନ୍ତା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.