Odisha Link
Bridging the Missing Links in Odisha

ବିଦ୍ୟାଳୟରେ ଅଗ୍ନିକାଣ୍ଡ: ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଘଟିଲା ଅଘଟଣ

ଓଏଲ୍ ବ୍ୟୁରୋ: ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଏକ ସ୍କୁଲରେ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ରୋଷେଇ ସମୟରେ ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି। ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ଥିବା ପାଚିକା ଅଳ୍ପକେ ବର୍ତ୍ତିଯାଇଥିବା ଜଣା ପଡ଼ିଛି। କୋଣାର୍କ ନିକଟସ୍ଥ ଏକ ବିଦ୍ୟାଳୟରେ ଏଭଳି ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିବା ସୂଚନା ରହିଛି। ବିଦ୍ୟାଳୟରେ ଉପସ୍ଥିତ କର୍ମଚାରୀ କିମ୍ୱା କୌଣସି ଛାତ୍ର ଛାତ୍ରୀ ଏଥିରେ ପ୍ରଭାବିତ ହୋଇନଥିବା ସୂଚନା ରହିଛି।

Leave A Reply

Your email address will not be published.