ଏସିଆ କପ୍ ୨୦୨୩: ଆଜି ଭାରତ-ନେପାଳ ମହାମୁକାବିଲା
ଓଏଲ୍ ବ୍ୟୁରୋ: ଏସିଆ କପ୍ ୨୦୨୩ର ସବୁଠାରୁ ବଡ଼ ମୁକାବିଲା ଆରମ୍ଭ ହେବାକୁ ଯାଉଛି। ଆଜି ଭାରତ-ନେପାଳ ମୁକାବିଲା। ଅପରାହ୍ନ ୩ଟାରେ ୨ ଦଳ ମୈଦାନକୁ ଓହ୍ଲାଇବେ। ରୋହିତଙ୍କ ନେତୃତ୍ବରେ ଖେଳିବ ଟିମ୍ ଇଣ୍ଡିଆ। ଚଳିତ ଏସିଆ କପ୍ର ଲିଗ୍ ପର୍ଯ୍ୟାୟରେ ସମସ୍ତ କ୍ରିକେଟ୍ପ୍ରେମୀଙ୍କ ନଜର ଥିଲା ଭାରତ-ପାକିସ୍ତାନ ମୁକାବିଲା ଉପରେ। କାରଣ ଗ୍ରୁପ୍ ‘ଏ’ରୁ କେଉଁ ୨ଟି ଦଳ ସୁପର-୪ରେ ପହଞ୍ଚିବେ। ତେବେ ବର୍ଷା ଯୋଗୁଁ ଭାରତ-ପାକିସ୍ତାନ ମୁକାବିଲାର ଫଳାଫଳ ବାହାରି ପାରିନାହିଁ।
ଆଜି କ୍ରିକେଟ୍ ଜଗତର ଶିଶୁ ପଡ଼ୋଶୀ ନେପାଳ ବିପକ୍ଷରେ ଭାରତ ୨ୟ ଲିଗ୍ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଅପେକ୍ଷା କ୍ରିକେଟ୍ପ୍ରେମୀ ଭାରତ-ପାକିସ୍ତାନ ସୁପର-୪ ମ୍ୟାଚ୍ କଥା ଏବେଠାରୁ ଆରମ୍ଭ କରିଦେଲେଣି। ତଥାପି ଔପଚାରିକତା ପୂରଣ ପାଇଁ ନେପାଳ ବିପକ୍ଷରେ ଭାରତ ଖେଳିବ। ଉଦ୍ଘାଟନୀ ମ୍ୟାଚ୍ରେ ନେପାଳକୁ ୨୩୮ ରନ୍ରେ ପରାସ୍ତ କରିଥିଲା ପାକିସ୍ତାନ। ଭାରତ ବିପକ୍ଷ ବାତିଲ ମ୍ୟାଚ୍ରୁ ୧ ପଏଣ୍ଟ ପାଇ ପାକିସ୍ତାନ ସୁପର-୪ରେ ପହଞ୍ଚି ସାରିଛି। ନେପାଳକୁ ହରାଇଲେ ଭାରତ ସୁପର-୪ରେ ପହଞ୍ଚିବ। ଏହି ମ୍ୟାଚ୍ ଯଦି ବର୍ଷା ଯୋଗୁଁ ବାତିଲ ହୁଏ। ତଥାପି ୧ ପଏଣ୍ଟ ପାଇଥିବା ଭାରତ ସୁପର-୪ରେ ପହଞ୍ଚିବ। ତେବେ ସାରା ବିଶ୍ଵର ନଜର ଆଜିର ଭାରତ-ନେପାଳ ଖେଳ ଉପରେ ରହିଛି।