ସମୁଦ୍ର କୂଳରୁ ମିଳିଲା ବିଦେଶୀଙ୍କ ମୃତ ଦେହ
ଜଗତସିଂହପୁର : ପାରାଦୀପ ସମୁଦ୍ର କୂଳରେ ଏକ ଯୁବକଙ୍କର ମୃତ ଦେହ ପଡ଼ିଥିବାର ଦେଖିବାକୁ ମିଳିଛି| ସେଠାରେ ଜଟାଧାରୀ ମୁହାଣ ପୋଲିସ ପହଞ୍ଚି ମୃତ ଯୁବଙ୍କୁ ଉଦ୍ଧାରକରି ତଦନ୍ତ ଆରମ୍ଭ କରିଛି। ଯୁବକ ଜଣଙ୍କ ବିଦେଶୀ ନାଗରିକ ବୋଲି ପୁଲିସ କହିଥିବାବେଳ କୌଣସି ଜାହାଜର ମେମ୍ବର ହୋଇଥିବା ନେଇ ପୁଲିସ ସନ୍ଦେହ କରୁଛି । କିଭଳି ଏହି ବେଳାଭୂମି ନିକଟକୁ ତାଙ୍କ ମୃତ ଦେହ ଆସିଲା ସେନେଇ ଖୋଳତାଡ଼ ଆରମ୍ବ କରିଛି ପୁଲିସ। ତେବେ ମୃତ ଯୁବକଙ୍କର ପରିଚୟ ମିଳି ପାରିନାହିଁ। କିମ୍ବା ପୂର୍ବରୁ ଏନେଇ ଥାନାରେ କୌଣସି ନିଖୋଜ ହୋଇଥିବା ସମ୍ପର୍କରେ ଅଭିଯୋଗ ଦିଆଯାଇନଥିବାରୁ ପୋଲିସ ପାଇଁ ଅଡୁଆ ବଢିଛି |
Comments are closed.