Odisha Link
Bridging the Missing Links in Odisha

ଏସିଆ କପ୍ ୨୦୨୩: ଭାରତ-ପାକିସ୍ତାନ ମ୍ୟାଚ୍‌ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କାରେ ଲଗାଣ ବର୍ଷା ଯୋଗୁ ଏସିଆ କପର ସୁପର-୪ ଷ୍ଟେଜର ଭାରତ-ପାକିସ୍ତାନ ଲଢ଼େଇ ରବିବାର ଅଧାରୁ ବନ୍ଦ ହୋଇ ଯାଇଥିଲା। ରବିବାର ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ଙ୍କ ଧମାକାଦାର ଆରମ୍ଭ ଅଟିକିଯିବା ପରେ ବର୍ଷା ଦାଉ ସାଜିଥିଲା। କାଲିର ଅଧୁରା ଖେଳ ଆଜି ଆରମ୍ଭ ହୋଇଛି। ଭାରତ-ପାକିସ୍ତାନ ସୁପର ୪ ମ୍ୟାଚ୍‌ ପାଇଁ ସଂରକ୍ଷିତ ଦିବସ ଥିବାରୁ ଆଜି ପୁଣି ମ୍ୟାଚ୍‌ ଆରମ୍ଭ ହୋଇଛି। ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବାବେଳେ ୪.୪୦ରେ ଖେଳ ଆରମ୍ଭ ହୋଇଛି।

ଚଳିତ ଏସିଆ କପ୍ ସୁପର୍‌ ଫୋର୍‌ ଅନ୍ତର୍ଗତ ପାକିସ୍ତାନ ବିପକ୍ଷ ମୁକାବିଲାରେ ଭାରତ ୨୪.୧ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୧୪୭ ରନ୍‌ କରି ଦୃଢ଼ ସ୍ଥିତିରେ ଥିବାବେଳେ ବର୍ଷା ଓ ଓଦା ପଡ଼ିଆ କାରଣରୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିଲା। ନିର୍ଧାରିତ ଖେଳସୂଚୀ ଅନୁସାରେ ଏହି ମ୍ୟାଚ୍ ପାଇଁ ସଂରକ୍ଷିତ ଦିବସ ରଖାଯାଇଥିବାରୁ ସୋମବାର ଭାରତ ସେହି ଅଧା ପାଳି (୨୪.୧ ଓଭର)ଠାରୁ ହିଁ ପୁନଃ ଖେଳୁଛି।

ଭାରତ ଗତକାଲି ୨୪.୧ ଓଭର ବ୍ୟାଟିଂ କରିଥିଲା। ବିରାଟ କୋହଲି(୮) ଓ କେଏଲ ରାହୁଲ(୧୭) କାଲି ଇନିଂସ ଆରମ୍ଭ କରିଥାନ୍ତେ। ଭାରତ ୨ ୱିକେଟ ହରାଇ ୧୪୭ ରନ କରିଛି। ଆଉ ସବୁଠୁ ବଡ଼କଥା ହେଲା ଆଜି ଭାରତ ସଂରକ୍ଷିତ ଦିବସରେ ପାକିସ୍ତାନକୁ ଭେଟିଥିବା ବେଳେ ମଙ୍ଗଳବାର ଶ୍ରୀଲଙ୍କା ସହ ସୁପର ୪ର ଦ୍ୱିତୀୟ ମ୍ୟାଚ୍‌ ଖେଳିବ। ଏହାର ଅର୍ଥ ଦଳ ପାଇଁ ବିଶ୍ରାମର ସମୟ ନାହିଁ।

ଗତକାଲି ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଗତ ମ୍ୟାଚର ଭୁଲ ନଦୋହରାଇ ଭାରତୀୟ ଦଳର ଦୁଇ ଷ୍ଟାର ଓପନର ଶୁଭମନ ଗିଲ୍‌ ଓ ରୋହିତ ଶର୍ମା ଦମଦାର ଆରମ୍ଭ କରିଥିଲେ। ଉଭୟ ଚୌକା ଓ ଛକା ମାରି ପାକିସ୍ତାନ ବୋଲରଙ୍କୁ ନୟାନ୍ତ କରିଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଶୁଭମନ ପ୍ରଥମେ ୩୭ ବଲରେ ସମ୍ମୁଖୀନ ହୋଇ ଚଳିତ ଏସିଆ କପରେ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ପାକିସ୍ତାନ ବିପକ୍ଷରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ ଥିଲା। ଏହାପରେ ରୋହିତ ଶର୍ମା ଛକା ମାରି ନିଜର ୫୦ ରନ ପୂରଣ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ୫୦ତମ ଅର୍ଦ୍ଧଶତକ। ହେଲେ ଭାରତର ସ୍କୋର ୧୨୧ ଥିବା ବେଳେ ଦଳକୁ ଲାଗିଥିଲା ପ୍ରଥମ ଝଟକା ଆଉ ପାକିସ୍ତାନକୁ ମିଳିଥିଲା ପ୍ରଥମ ସଫଳତା। ଅଧିନାୟକ ରୋହିତ ଶର୍ମା ୫୬ ରନ୍‌ କରିଥିବା ବେଳେ ଶଦାବ ଖାନଙ୍କ ବଲରେ ଆଉଟ ହୋଇଯାଇଥିଲେ। ଠିକ୍‌ ଏହାର ପର ଓଭରରେ ଗିଲ୍‌ ୫୮ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ।

Leave A Reply

Your email address will not be published.