ମରକ୍କୋରେ ପ୍ରକୃତିର ତାଣ୍ଡବ, ମୃତ୍ୟୁ ସଂଖ୍ୟା ୨୮୦୦କୁ ବୃଦ୍ଧି
ଓଏଲ୍ ବ୍ୟୁରୋ: ଆଫ୍ରିକାର ଦେଶ ମରକ୍କୋରେ ପ୍ରକୃତିର ତାଣ୍ଡବ। ଦୟନୀୟ ଚିତ୍ର ସୃଷ୍ଟି କରିଛି ମରକ୍କୋ ଭୂମିକମ୍ପ। ଶୁକ୍ରବାର ଆଫ୍ରିକୀୟ ଦେଶ ମରକ୍କୋରେ ହୋଇଥିଲା ଭୂମିକମ୍ପ। ୬.୮ ତୀବ୍ରତାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୨୮୦୦କୁ ବୃଦ୍ଧି ପାଇଛି। ଏବେ ବି ଧ୍ବଂସସ୍ତୁପରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି।
ସୂଚନା ଅନୁସାରେ, ଗତ ଶୁକ୍ରବାର ରାତି ଆଫ୍ରିକାର ଦେଶ ମରକ୍କୋ ୬୦ବର୍ଷ ଭିତରେ ସବୁଠୁ ବଡ ଭୂମିକମ୍ପ ଝଟକା ହୋଇଥିଲା।କେଉଁଠି ଆଖି ପିଛୁଳାକେ ତାସ ଘର ପରି ବଡ ବଡ ଅଟାଳିକା ଭାଙ୍ଗି ମାଟିରେ ମିଶିଛି ତ ପୁଣି କେଉଁଠି ରାସ୍ତା ଉପରେ ଶବ ଗୁଡିକ ଇଟା ଗୋଡି ମାଟି ପରି ପଡି ରହିଛି। ଭୂମିକମ୍ପର ତ୍ରୀବତା ୬.୮ ରେକ୍ଟର ସ୍କେଲରେ ରେକର୍ଡ କରାଯାଇଥିବାବେଳେ ଏହାର କେନ୍ଦ୍ରସ୍ଥଳ ମୋରୋକୋଠୁ ୭୦ କିଲୋମିଟର ଦୂର ମରକ୍କୋରେ ରହିଛି।
୧୯୬୦ ମସିହାରେ ମରକ୍କୋରେ ଦେଖିଥିଲା ଏଭଳି ଏକ ଶକ୍ତିଶାଳୀ ଭୂମିକମ୍ପ। ଯେଉଁଥିରେ ହଜାର ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠୁ ଏଠାରେ ଘର, ଅଟାଳିକା ଗୁଡିକ ଘର ଭୂମିକମ୍ପରେ ଯେପରି କ୍ଷୟକ୍ଷତି ନହୁଏ ସେଭଳି ଢାଂଚାରେ ନିର୍ମାଣ କରାଯାଇଥିଲା। ତଥାପି କିଛି ଘର ନୂଆ ଢାଂଚାରେ ନିର୍ମାଣ ହୋଇନଥିବାବେଳେ ଏହି ଭୁମିକମ୍ପରେ ସବୁଠୁ ଅଧିକ କ୍ଷତିଗସ୍ତ ହୋଇଛନ୍ତି।