ଘର ଭିତରୁ ମିଳିଲା ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
ଘର ଭିତରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ଠାବ କରାଯାଇଛି
ଓଏଲ୍ ବ୍ୟୁରୋ: କେନ୍ଦୁଝର ସଦର ଥାନା ମହାଦେଈ ଯୋଡ଼ା ଗାଁ ନିକଟରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଘର ଭିତରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ଠାବ କରାଯାଇଛି। ସଦର ଥାନା ମହାଦେଈ ଯୋଡ଼ା ଗାଁ ନିକଟ ଘରୁ ମୃତଦେହ ଠାବ ହୋଇଥିବାବେଳେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ଘଟଣାସ୍ଥଳରେ ସଦର ଥାନା ପୁଲିସ ନିୟୋଜିତ ହୋଇଛନ୍ତି। ୩ ଦିନ ଘରୁ ନବାହାରିବାରୁ ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା। ପରେ ଏନେଇ ଅଭିଯୋଗ ପରେ ପୁଲିସ ତଦନ୍ତ କରିଥିଲା।