ଯଯାତି କେଶରୀଙ୍କ ନାମରେ ନାମିତ ହେବ ଯାଜପୁର ମେଡିକାଲ କଲେଜ
ଓଏଲ୍ ବ୍ୟୁରୋ: ଯାଜପୁର ମେଡିକାଲ କଲେଜକୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯଯାତି କେଶରୀଙ୍କ ନାମରେ ନାମିତ ହେବ ଯାଜପୁର ମେଡିକାଲ କଲେଜ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମାେଦନ କରିଛନ୍ତି। ୫-ଟି ସଚିବଙ୍କ ଯାଜପୁର ଗସ୍ତ ସମୟରେ ଜନସାଧାରଣ ଅନୁରୋଧ କରିଥିଲେ।
ସେପ୍ଟେମ୍ବର ପ୍ରଥମ ସପ୍ତାହରେ ତିନିଆ ଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରାୟ ୨୫ ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ଜିଲ୍ଲା ଗସ୍ତର ତୃତୀୟ ଦିନରେ ସକାଳୁ ସକାଳୁ ମାଆ ବିରଜାଙ୍କୁ ଦର୍ଶନ କରିଥିଲେ ଫାଇଭ-ଟି ସଚିବ। ବିରଜା ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହିତ ମନ୍ଦିରର ରୂପାନ୍ତରଣ ନେଇ ଆଲୋଚନା କରିଥିଲେ।
ଏହା ସହ ଫାଇଭ-ଟି ସଚିବ ସେବାୟତ ଓ ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ। ପରେ ମିଶନ ଶକ୍ତି କାଫେରେ ପହଞ୍ଚି ମାଆମାନଙ୍କ ସହିତ ଆଲୋଚନା କରିଥିଲେ। ସ୍ଵୟଂ ସହାୟକ ଗୋଷ୍ଠୀ, କମ୍ୟୁନିଟି ଷ୍ଟାଫ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ୫-ଟି ସଚିବ ଅଭିଯୋଗ ପତ୍ର ଗ୍ରହଣ କରୁଥିଲେ।