ତେଲେଙ୍ଗିରି ଡ୍ୟାମ୍ରେ ବଢୁଛି ଜଳସ୍ତର, ଡ୍ୟାମ୍ ନିକଟକୁ ଲୋକଙ୍କୁ ମନା
ଓଏଲ୍ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଦ୍ୱାରା ଆଜି ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଏହା ଦ୍ୱାରା ହୀରାକୁଦ ଡ୍ୟାମର ଦୁଇଟି ଗେଟ ଖୋଲିଛି।
ଏହା ପରେ କୋରାପୁଟ ତେଲେଙ୍ଗିରି ଜଳ ଭଣ୍ଡାର ଜଳସ୍ତର ବୃଦ୍ଧି ହୋଇଛି। ଡ୍ୟାମ୍ ନିକଟକୁ ନ ଯିବାକୁ ଲୋକଙ୍କୁ ବାରଣ କରିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ। ଜଳଭଣ୍ଡାରର କ୍ଷମତା ୬୩୩ କ୍ୟୁସେକ୍ ହୋଇଥିବାବେଳେ ଏବେ ୬୩୨ କ୍ୟୁସେକ୍ ଜଳ ରହିଛି। ଯାହା ଦ୍ୱାରା କୋରାପୁଟ ତେଲେଙ୍ଗିରି ଜଳ ଭଣ୍ଡାର ଗେଟ ଖୋଲିବା ଆଶଙ୍କା କରାଯାଉଛି।