ଆସନ୍ତା ୨୨ରୁ ବିଧାନସଭା ଅଧିବେଶନ, କଟକଣା ଜାରି କଲା କମିଶନରେଟ ପୁଲିସ
ଓଏଲ୍ ବ୍ୟୁରୋ: ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ ହେବା ନେଇ ଖବର ସାମ୍ନାକୁ ଆସିଛି। ଏହା ପରେ ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ରହିଛି।
ଆସନ୍ତା ୨୧ ତାରିଖରେ ବିଧାନସଭାରେ ବାଚସ୍ପତି ନିର୍ବାଚନ ହେବାକୁ ଥିବାବେଳେ ୧୮ରେ ନାମାଙ୍କନ ଦାଖଲ କରାଯିବ। ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ପଡ଼ିଛି। ୨୨ରୁ ବିଧାନସଭା ପାଇଁ ତତ ସଂଲଗ୍ନ ରାସ୍ତାରେ କମିଶନରେଟ ପୁଲିସ କଟକଣା ଜାରି କରିଛି।