ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା: ବ୍ଲୁଟୁଥ ପାଲଟିଲା ମରଣଯନ୍ତା!
ଓଏଲ୍ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ଆତଙ୍କରାଜ ବଢ଼ିବାରେ ଲାଗିଛି। ଆତଙ୍କରାଜ ଭିତରେ ସୁରକ୍ଷା ବ୍ୟବସ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେତେବେଳେ ଦିନ ଦ୍ୱିପ୍ରହରେ ତ କେତେବେଳେ ରାତିର ଅନ୍ଧକାରରେ ଦୁର୍ବୃତ୍ତ ମାନେ ଆକ୍ରମଣ କରିବାରେ ଲାଗିଛନ୍ତି। ତେବେ ରାଉରକେଲାରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି।
ଏନେଇ ତଦନ୍ତ କରିବା ପରେ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୁଲିସ। ଦଶମ ଶ୍ରେଣୀ ଛାତ୍ରଙ୍କୁ ଅନ୍ୟ ଦୁଇଜଣ ସାଙ୍ଗ ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ବ୍ଲୁଟୁଥ ପାଇଁ ସାଙ୍ଗ ସାଙ୍ଗ ଭିତରେ ହୋଇଥିଲା ବଚସା। ପରେ ଏହି ତିକ୍ତତା ବୃଦ୍ଧି ପାଇଁ କରୁଁ ପରିସ୍ଥିତି ସୃଷ୍ଟି କରିଛି।