ଏଣିକି ସ୍କୁଲ ବହିରେ ‘ଇଣ୍ଡିଆ’ ନୁହେଁ ‘ଭାରତ’ ପଢ଼ିବେ ଛାତ୍ରଛାତ୍ରୀ!

ଓଏଲ୍ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚାରେ ‘ଇଣ୍ଡିଆ’ ବଦଳରେ ‘ଭାରତ’। ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ପ୍ୟାନେଲ ତରଫରୁ ସମସ୍ତ ଏନସିଇଆରଟି ପାଠ୍ୟ ପୁସ୍ତକରେ ଇଣ୍ଡିଆ ସ୍ଥାନରେ ଭାରତ ଲେଖାଯିବା ପ୍ରସ୍ତାବ ପ୍ରଦାନ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହି ନିଷ୍ପତ୍ତି କମିଟିର ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ନିଆଯାଇଛି ଏନସିଇଆରଟି ପୁସ୍ତକର ଆଗାମୀ ସେଟରେ ଏହି ପରିବର୍ତ୍ତନ ନଜରକୁ ଆସିବ ବୋଲି କୁହାଯାଉଛି। ତେବେ ଏନେଇ ଅନୁମତି ମିଳିଲେ ଛାତ୍ରଛାତ୍ରୀ ମାନେ ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ।
ସୂଚନା ଅନୁସାରେ, ଜି-୨୦ ଅବସରରେ ରାତ୍ର ଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ‘ଇଣ୍ଡିଆ’ ସ୍ଥାନରେ ପ୍ରେସିଡେଣ୍ଟ ଅଫ୍’ଭାରତ’ ଲେଖାଥିଲା। ତେବେ ଏହା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଥିଲା। ଏନସିଇଆରଟି ପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ କରିବାକୁ ପ୍ରସ୍ତାବ କିଛିମାସ ପୂର୍ବରୁ ଦିଆଯାଇଥିଲା। ବର୍ତମାନ ଏହା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି।