ଚନ୍ଦ୍ରର ନିକଟତର ହେଲା ଲ୍ୟାଣ୍ଡର ବିକ୍ରମ
![](https://www.odishalink.com/wp-content/uploads/2019/09/Bikram.jpg)
ନୂଆଦିଲ୍ଲୀ: ଦିନ ଯେତିକି ଗଡ଼ୁଛି ଚନ୍ଦ୍ରପୃଷ୍ଠର ନିକଟତର ହେଉଛି ଲ୍ୟାଣ୍ଡର ବିକ୍ରମ। ଆଜି ଚନ୍ଦ୍ରପୃଷ୍ଠର ଆଉ ଟିକେ ନିକଟତର ହୋଇଛି ଲ୍ୟାଣ୍ଡର ବିକ୍ରମ୍। ଆଜି ଭୋରୁ ପୁଣି ଥରେ ଲ୍ୟାଣ୍ଡର ବିକ୍ରମ୍କୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି।
#ISRO
The second de-orbiting maneuver for #Chandrayaan spacecraft was performed successfully today (September 04, 2019) beginning at 0342 hrs IST.For details please see https://t.co/GiKDS6CmxE
— ISRO (@isro) September 3, 2019
ଭୋର ୩ଟା ୪୨ ମିନିଟ୍ ସମୟରେ ଲ୍ୟାଣ୍ଡରକୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି। ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ମାତ୍ର ୯ ସେକେଣ୍ଡ ଲାଗିଥିଲା। ଲ୍ୟାଣ୍ଡର ବିକ୍ରମ୍ ଏବେ ଚନ୍ଦ୍ର ନିକଟବର୍ତ୍ତୀ ୩୫ କିଲୋମିଟର ଓ ଦୂରତା ୧୦୧ କିଲୋମିଟର କକ୍ଷପଥରେ ପରିଭ୍ରମଣ କରୁଛି ବୋଲି ପ୍ରକାଶ ପାଇଛି।
ଗତକାଲି ସକାଳ ୮ଟା ୫୦ ମିନିଟରେ ଡି-ବୁଷ୍ଟ ପ୍ରକ୍ରିୟାକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ ଇସ୍ରୋ ବୈଜ୍ଞାନିକ। ଅର୍ବିଟରଠାରୁ ଅଲଗା ହେବା ପରେ ଲ୍ୟାଣ୍ଡର ବିକ୍ରମକୁ ପ୍ରଥମ ଥର ପାଇଁ ଡି-ବୁଷ୍ଟ କରିଥିଲା ଇସ୍ରୋ। ଅର୍ବିଟର ଓ ଲ୍ୟାଣ୍ଡର ଉଭୟଙ୍କ ଯାନ୍ତ୍ରିକ ପ୍ରକ୍ରିୟା ସାମାନ୍ୟ ରହିଛି ବୋଲି ଇସ୍ରୋ ସୂଚନା ଦେଇଛି। ତେବେ ଲ୍ୟାଣ୍ଡର ଆସନ୍ତା ୭ ତାରିଖ ୧ଟା ୫୫ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା ରଖିଛି ଇସ୍ରୋ।
Comments are closed.