ରାଜ୍ୟରେ କମୁଛି ତାପମାତ୍ରା; ସେମିଳିଗୁଡ଼ା ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ
ଓଏଲ୍ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅସହ୍ୟ ତାତି ପରେ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ସେମିଳିଗୁଡ଼ା ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ ହୋଇଛି। ୧୨.୨ ଡିଗ୍ରୀ ତାପମାତ୍ରା ସହ ସେମିଳିଗୁଡ଼ା ସବୁଠୁ ଥଣ୍ଡା ଅଂଚଳ ଭାବେ ରେକର୍ଡ ହୋଇଛି। କୋରାପୁଟ ୧୨.୮, ଦାରିଙ୍ଗବାଡ଼ି ୧୩ ଡିଗ୍ରୀ ରେକର୍ଡ ହୋଇଛି। ତେବେ ଆଗାମୀ ଦିନରେ ଏହାର ପ୍ରଭାବ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।