Odisha Link
Bridging the Missing Links in Odisha

ପୁରୀରେ ଉଚ୍ଛେଦ ପ୍ରକ୍ରିୟା ସାମୟିକ ବନ୍ଦ

ପୁରୀ : ସାଧୁ-ସନ୍ଥ ଓ ମଠାଧୀଶଙ୍କ ମେଳି ଯୋଗୁଁ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ଭାବେ ବନ୍ଦ ରଖିଛି ପୁରୀ ଜିଲ୍ଲା ପ୍ରଶାସନ। ଗତକାଲି ମହାନ୍ତମାନଙ୍କୁ ମନାଇବାକୁ ପ୍ରଶାସନ ସବୁ ପ୍ରକାର ଉଦ୍ୟମ କରିଥିଲା। ମଠାଧୀଶ ଓ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲେ ବି ନିର୍ଯାସ ବାହାରିପାରିନଥିଲା। ଫଳରେ ବଡଆଖଡ଼ା ମଠ ଭଙ୍ଗା ସ୍ଥଗିତ ରହିଛି। ମଠ ନଭାଙ୍ଗିବା ଯୁକ୍ତି କରି ମହନ୍ତମାନେ ମେଳି କରିଛନ୍ତି। ଲଙ୍ଗୁଳି ମଠ, ଏମାର ମଠ ଭାଙ୍ଗିବା ପରେ ବଡ଼ଆଖଡ଼ା ମଠ ଭାଙ୍ଗିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ବିବାଦୀୟ ପରିସ୍ଥିତି ଦେଖାଦେଇଥିଲା। ମଠ ମହନ୍ତଙ୍କ ସମେତ ଅନ୍ୟ ନାଗା ସାଧୁସନ୍ଥମାନେ ଏହାର ପ୍ରତିବାଦ ଜଣାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ମଠ ଉଚ୍ଛେଦକୁ ବିରୋଧ କରି ପୁରୀ ସୁରକ୍ଷା ମଞ୍ଚ ନାଁରେ ପୁରୀ ଟାଉନ୍ ହଲ୍ ରେ ଗତକାଲି ଏକ ସଂଗଠନ ଗଠନ କରାଯାଇଛି। ଶ୍ରୀମନ୍ଦିର ପରମ୍ପରା ସହ ମଠ ସଂସ୍କୃତି ଜଡ଼ିତ ଥିବାରୁ ମଠ ଭାଙ୍ଗିବା ପୂର୍ବରୁ ଏ ଦିଗରେ ବିଚାର କରାଯିବା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା। ଆଜି ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଭିଳି ସ୍ଥିତିକୁ ଦେଖି ଜିଲ୍ଲାପାଳ ପୁରୀରେ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ବନ୍ଦ ଘୋଷଣା କରିଛନ୍ତି। ଏହାସହ ଐତିହ୍ୟ ସୁରକ୍ଷା ଉପରେ ଜୋର ଦେବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି।

Comments are closed.