ଓଡ଼ିଶାର ସମସ୍ତ କ୍ରୀଡ଼ାବିତମାନଙ୍କ ପାଇଁ ଖୁସି ଖବର; ଆରମ୍ଭ ହେବ କ୍ରୀଡ଼ା ପ୍ରତିଯୋଗିତା
ଓଏଲ୍ ବ୍ୟୁରୋ: ଓଡ଼ିଶାର ସମସ୍ତ କ୍ରୀଡ଼ାବିତମାନଙ୍କ ପାଇଁ ଖୁସି ଖବର। ସମସ୍ତ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ଏବଂ ମହାନଗର ନିଗମରେ ଆରମ୍ଭ ହେବାକୁ ଯାଉଛି କ୍ରୀଡ଼ା ପ୍ରତିଯୋଗିତା। ଯେଉଁଥିରେ ୧୩ ରୁ ୩୫ ବର୍ଷ ମଧ୍ୟରେ ସମସ୍ତ ଖେଳାଳି ପଞ୍ଜୀକରଣ କରିପାରିବେ। ତେବେ ଏନେଇ ପଞ୍ଜୀକରଣ ସମୟସୀମା ସ୍ଥିର ହୋଇଛି। ଏହି ପଞ୍ଜିକରଣ ୫ରୁ ଆରମ୍ଭ ହୋଇଥିବାବେଳେ ୨୦ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଜାରି ରହିବ।
ସୂଚନା ଅନୁସାରେ, ସମସ୍ତ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ଏବଂ ମହାନଗର ନିଗମରେ ଆରମ୍ଭ ହେବାକୁ ଥିବା କ୍ରୀଡ଼ା ପ୍ରତିଯୋଗିତାରେ ଉଭୟ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରିପାରିବେ। ଯେଉଁଥିରେ ୧୩ ରୁ ୩୫ ବର୍ଷ ମଧ୍ୟରେ ସମସ୍ତ ଖେଳାଳି ପଞ୍ଜୀକରଣ କରିପାରିବେ। ଜଣେ ପ୍ରତିଯୋଗି କେବଳ ନିଜ ରହୁଥିବା ଅଂଚଳରୁ ଅଂଶଗ୍ରହଣ କରିପାରିବେ। ଜଣେ ବ୍ୟକ୍ତି ଏକାଧିକ କ୍ରୀଡା ଶୃଙ୍ଖଳାରେ ଅଂଶଗ୍ରହଣ ନିମନ୍ତେ ଆବେଦନ କରିପାରିବେ।