Odisha Link
Bridging the Missing Links in Odisha

ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଠାବ ହେଲାଣି ଅମାପ ସମ୍ପତ୍ତି

ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ହୋଇଛି।

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ଭୁବନେଶ୍ବର ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘର ରେଡ୍‌ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ହୋଇଛି।

ଏହି ଚଢ଼ାଉ ସମୟରେ ପୁଳାପୁଳା ସମ୍ପତ୍ତି ଠାବ ହୋଇଛି। ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ସମ୍ପତ୍ତି ଠାବ କରାଯାଇଛି। ଭୁବନେଶ୍ୱରରେ ୨ ମହଲା କୋଠା, ଭଦ୍ରକରେ କୋଠା ଠାବ ହୋଇଥିବାବେଳେ ଭୁବନେଶ୍ୱରରେ ୩ ମହଲା କୋଠା ପାଇଁ ଦେଇଛନ୍ତି ୩୯ ଲକ୍ଷ ଆଡଭାନ୍ସ। ଭୁବନେଶ୍ୱର ଓ ଭଦ୍ରକରେ ୪ଟି ପ୍ଲଟ, ନଗଦ ୨ ଲକ୍ଷ ଟଙ୍କା ଠାବ ହୋଇଛି। ୨୫୦ ଗ୍ରାମ୍ ସୁନା, ୫୧ ଲକ୍ଷର ବୀମା, ଗୋଟିଏ କାର୍, ୪ଟି ବାଇକ ଠାବ କରାଯାଇଛି।

Leave A Reply

Your email address will not be published.