ନନ୍ଦନକାନନରେ କମିଲା ସିଂହଙ୍କ ସଂଖ୍ୟା; ଆଖିବୁଜିଲା ସିଂହୀ ବିନି
ଓଏଲ୍ ବ୍ୟୁରୋ: ନନ୍ଦନକାନନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ୧୬ ବର୍ଷୀୟା ସିଂହୀ ବିନିର ମୃତ୍ୟୁ ହୋଇଛି। ବାର୍ଦ୍ଧକ୍ୟଜନୀତ କାରଣରୁ ସେ ଅସୁସ୍ଥ ଥିଲା। ବିନିର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୧କୁ ଖସିଆସିଛି। ଗତ କିଛି ଦିନ ଧରି ସେ ଚିକିତ୍ସିତ ହେଉଥିଲା। ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଖବର ଅନୁସାରେ, ୨୦୦୭ରେ ଜନ୍ମ ନେଇଥିବା ସିଂହୀ ବିନ୍ନି ଇସ୍ରାଏଲରୁ ନନ୍ଦନକାନନକୁ ଆସିଥିଲା। ୧୬ ବର୍ଷ ଧରି ତାର ଉପସ୍ଥିତି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲା। ତେବେ ତାର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହଙ୍କ ସଂଖ୍ୟା ୨୧କୁ ହ୍ରାସ ପାଇଛି।ନନ୍ଦନକାନନ ସିଂହ ସଫାରୀରେ ଏବେ ୧୨ଟି ଅଣ୍ଡିରା ଏବଂ ୯ଟି ସିଂହୀ ଅଛନ୍ତି। ଗତକାଲି ସିଂହୀ ବିନିର ମୃତ୍ୟୁ ଚିନ୍ତାର ବିଷୟ ପାଲଟିଛି।