ବଢୁଛି ଶୀତର ପ୍ରକୋପ; ଜି. ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ

ଓଏଲ୍ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅସହ୍ୟ ତାତି ପରେ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ଆରମ୍ଭ ହୋଇଛି। ଜି. ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ରେକର୍ଡ ହୋଇଛି। ରାଜ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଖସିଲା ପାରଦ।
ରାଜ୍ୟରେ ୧୫ ଡିଗ୍ରୀ ତଳେ ୭ ସହରର ରାତି ତାପମାତ୍ରା, ୧୦.୫ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା, ସିମିଳିଗୁଡ଼ା ୧୧.୧, କୋରାପୁଟ ୧୧.୬, କେନ୍ଦୁଝର ୧୨.୮ ଡିଗ୍ରୀ, ଫୁଲବାଣୀ ୧୩, ଦାରିଙ୍ଗବାଡି ୧୩, କିରେଇ ୧୩.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସୁଥିବାବେଳେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।