ଫଟୋ ଉଠାଇବା ହେଲା କାଳ; ପାଣିରେ ବୁଡ଼ି ଛାତ୍ର ନିଖୋଜ
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ଶୀତ। ସାଧାରଣତଃ ଶୀତର ଆଗମନ ପରେ ପର୍ଯ୍ୟଟକ ମାନେ ପର୍ଯ୍ୟଟନ ସ୍ତଳୀ ବୁଲିବାକୁ ଆସନ୍ତି। ତେବେ ସ୍କୁଲ କଲେଜ ଛାତ୍ରଛାତ୍ରୀ ମଧ୍ୟ ବନ ଭୋଜି କରିବାକୁ ବାହାରଇ ପଡନ୍ତି। ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଓଡ଼ିଶା ବୁଲିବାକୁ ଆସିଥିଲେ ପଶ୍ଚିମବଙ୍ଗର ୩୮ ଛାତ୍ର। କେନ୍ଦୁଝର ପୁଣ୍ଡୁଲ୍ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିବାବେଳେ ସେଠାରେ ଅଘଟଣ ଘଟିଛି। ପର୍ଯ୍ୟଟନସ୍ଥଳୀ ଫଟୋ ଉଠାଇବାବେଳେ ବୁଡ଼ିଯାଇଥିଲେ ୨ ଛାତ୍ର। ୨ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ଜଣେ ନିଖୋଜ ହୋଇଯାଇଥିବା ଜଣା ପଡିଛି।