ରାଜ୍ୟ କ୍ୟାବିନେଟ୍: ୩ଟି ପ୍ରସ୍ତାବରେ ମୋହର, ଆଦିବାସୀ ଜମି ବିକ୍ରି ନିୟମ ପ୍ରତ୍ୟାହୃତ!
ଓଏଲ୍ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଗରୁତ୍ୱପୂର୍ଣ ପ୍ରସ୍ତାବରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୩ଟି ପ୍ରସ୍ତାବରେ ମୋହର ବାଜିଛି। ରାଜସ୍ବ, କୃଷି ଓ ଆଇଟିରେ ମୋଟ ୩ଟି ପ୍ରସ୍ତାବରେ ମୋହର ଲାଗିଛି। ତେବେ ବହୁ ଚର୍ଚ୍ଚିତ ଆଦିବାସୀ ଜମି ବିକ୍ରି ନିୟମ ପ୍ରତ୍ୟାହାର କରିଛନ୍ତି ସରକାର। ଶେଷରେ ଆଜି କ୍ୟାବିନେଟ ବୈଠକରେ ଆଦିବାସୀ ଜମି ହସ୍ତାନ୍ତର ନିୟମ ପ୍ରତ୍ୟାହୃତ ହୋଇଛି। ପ୍ରତ୍ୟାହାର ନିଷ୍ପତ୍ତିକୁ କ୍ୟାବିନେଟ ମୋହର ବାଜିଥିବା ସୂଚନା ମିଳିଛି। ରାଜ୍ୟ ସରକାର ବିଦ୍ଧିବଦ୍ଧ ଭାବେ ଏ ନେଇ କିଛି ଘୋଷଣା କରିନାହାନ୍ତି।
ନିୟମ ମୁତାବକ, ଆଦିବାସୀ ଜମି ବିକ୍ରି ନିୟମ ବଦଳିବା ପାଇଁ ଗତ ୧୪ ତାରିଖରେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା। ଆଇନର ସଂଶୋଧନ ହେବା ପରେ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ। ଏହାସହ ଜଣେ ଅଣ ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ ବୋଲି ଆଇନରେ ସଂଶୋଧନ ହୋଇଥାଆନ୍ତା। ରାଜ୍ୟ ସରକାରଙ୍କ ଏହି ନିଷ୍ପତି ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିଲା। ସରକାରଙ୍କ ନିଷ୍ପତିକୁ ନେଇ ଗୃହ ସରଗରମ ହୋଇ ଉଠିଥିଲା।