ଓଡ଼ିଶାରେ ପହଞ୍ଚିଲେ ୪ ଓଡ଼ିଆ ଶ୍ରମିକ; ଅନ୍ଧାରି ଟନେଲ୍ ତଳର ବଖାଣିଲେ ଅନୁଭୂତି

ଓଏଲ୍ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଦୀର୍ଘ ୧୭ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଅକ୍ଲାନ୍ତ ପରିଶ୍ରମ ଓ ସମଗ୍ର ଦେଶର ପ୍ରାର୍ଥନା କାମ ଦେଇଛି। ଟନେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଶ୍ରମିକ। ପର୍ଯ୍ୟାୟକ୍ରମେ ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଶ୍ରମିକଙ୍କୁ ପାଇପ ଯୋଗେ ବାହାରି କରାଯାଇଛି।
ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ପାଇଥିବା ଓଡ଼ିଆ ଶ୍ରମିକମାନେ ଆଜି ଘରକୁ ଫେରୁଛନ୍ତି। ନୂଆଦିଲ୍ଲୀରୁ ବିମାନରେ ସେମାନେ ଭୁବନେଶ୍ବର ଫେରଛନ୍ତି। ଉତ୍ତରକାଶୀ ଟନେଲରୁ ଉଦ୍ଧାର ପରେ ଆଜି ଦିଲ୍ଲୀରୁ ବିମାନ ଯୋଗେ ୪ ଶ୍ରମିକ ଓଡ଼ିଶା ଆସିଛନ୍ତି। ୪ ଶ୍ରମିକଙ୍କ ସହ ଆସିଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ। ତପନ ମଣ୍ଡଳଙ୍କୁ ଛାଡ଼ି ବାକି ୪ ଶ୍ରମିକ ପହଞ୍ଚିଲେ। ତପନ ନିଜ ଭାଇ ସହ ପରେ ଆସି ପହଞ୍ଚିବା ସୂଚନା ରହିଛି।
ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ପାଇଥିବା ଓଡ଼ିଆ ଶ୍ରମିକମାନେ ପହଂଚିବା ପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରଥମେ ଆମକୁ କିଛି ଡର ଲାଗୁ ନଥିଲା ଯେତେବେଳେ ସନ୍ଧ୍ୟା ହେଲା, ଛନକା ପଶିଲା। ୧୦ ଦିନ ପରେ ଘର ଲୋକଙ୍କ ସହ କଥା ହେଲୁ। ପରସ୍ପର ପରସ୍ପରକୁ ଆମେ ବୁଝାଉଥିଲୁ ବୋଲି ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ପାଇଥିବା ଓଡ଼ିଆ ଶ୍ରମିକ କହିଛନ୍ତି।