ଅପହୃତ ବର୍ଷକର ଶିଶୁ ଉଦ୍ଧାର ଘଟଣା: ଅପହରଣ ନାଟକ ରଚିଥିଲା ବାପା
ଓଏଲ୍ ବ୍ୟୁରୋ: ରାଜଧାନୀର ପଟିଆ ଷ୍ଟେସନରୁ ୧୧ ମାସର ଶିଶୁ ଅପହରଣ ଘଟଣା ସାମ୍ନାକୁ ଆସିଥିଲା। ମା’ ଧରିଥିବା ବେଳେ ଛଡ଼ାଇ ନେଇଥିଲେ ଦୁବୁର୍ତ୍ତ। ଧଳା ରଙ୍ଗର କାରରେ ଦୁବୁର୍ତ୍ତ ଶିଶୁକୁ ନେଇଯାଇଥିଲେ। ଏ ନେଇ ଅଭିଯୋଗ ପରେ କମିଶନରେଟ୍ ପୁଲିସ ମାରାଥନ୍ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।
ପଟିଆ ଷ୍ଟେସନରୁ ଅପହୃତ ବର୍ଷକର ଶିଶୁ ଉଦ୍ଧାର ଘଟଣାକୁ ନେଇ ଭୁବନେଶ୍ବର ଡିସିପି ପ୍ରତୀପ ସିଂ ପ୍ରେସମିଟ୍ କରି କହିଛନ୍ତି। ପାରିବାରିକ କଳହରୁ ଶିଶୁକୁ ଅପହରଣ କରାଯାଇଥିଲା। ଅପହରଣ ପଛରେ ଶିଶୁର ବାପା ସହ ଆଉ ୩ ଜଣ ଥିବା ସୂଚନା ରହିଛି। ଅପହରଣ ଅଭିଯୋଗରେ ୩ ଅପହର୍ତ୍ତାଙ୍କ ସହ ବାପା ଥାନାରେ ଅଟକ ରଖାଯାଇଛି।