ପରଲୋକରେ ଅଭିନେତା ସାଜିଦ ଖାନ, କର୍କଟ ରୋଗରେ ପୀଡ଼ିତ ଥିଲେ
ଓଏଲ୍ ବ୍ୟୁରୋ: ପରଲୋକରେ ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଅଭିନେତା, ନିର୍ଦ୍ଦେଶକ ସାଜିଦ ଖାନ। ମଦର ଇଣ୍ଡିଆ ଚଳଚ୍ଚିତ୍ରରେ ଅଭିନୟ କରି ସାରା ଦେଶରେ ଚର୍ଚ୍ଚାରେ ରହିଥିଲେ। ଏହାପରେ ଅଭିନେତା ‘ମାୟା’ ଏବଂ ‘ଦି ସିଙ୍ଗିଙ୍ଗ ଫିଲିପାଇନା’ ଭଳି ଆନ୍ତର୍ଜାତୀୟ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କର୍କଟ ରୋଗ କାରଣରୁ ଅଭିନେତା ୭୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ପିଟିଆଇକୁ ସାଜିଦ ଖାନଙ୍କ ପୁଅ ସମୀର କହିଛିନ୍ତି ଯେ ବାପା କିଛି ଦିନଧରି କର୍କଟ ରୋଗ ସହିତ ଲଢ଼ୁଥିଲେ। ୨୨ ଡିସେମ୍ବର (ଶୁକ୍ରବାର ଦିନ) ରେ ତାଙ୍କର ଦେହାନ୍ତ ହୋଇଥିଲା । ସମୀର କହିଛନ୍ତି ଯେ ତାଙ୍କ ପିତା ଦ୍ୱିତୀୟ ପତ୍ନୀଙ୍କ ସହ କେରଳରେ ରହୁଥିଲେ। ସେ କହିଛନ୍ତି, ମୋ ବାପାଙ୍କୁ ରାଜକୁମାର ପିତାମ୍ବର ରାଣା ଓ ସୁନୀତା ପିତାମ୍ବରଙ୍କ ଦ୍ୱାରା ପାଳିତ ଭାବେ ନିଆଯାଇଥିଲା ଓ ଚଳଚ୍ଚିତ୍ର ନିର୍ମାତା ମେହବୁବ ଖାନଙ୍କ ଦ୍ୱାରା ପ୍ରତିପୋଷଣ କରାଯାଇଥିଲା। ସେ କିଛି ସମୟ ପାଇଁ ଚଳଚ୍ଚିତ୍ର ଜଗତରୁ ଦୂରରେ ଥିଲେ ଓ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିଲେ।