ନୂଆବର୍ଷରୁ ଅରୁଣ ଷଡ଼ଙ୍ଗୀ ପୁଲିସ ଡିଜି, ଅତିରିକ୍ତି ଦାୟିତ୍ବ ଦେଲେ ସରକାର

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ପୁଲିସ ଡିଜି ସୁନୀଲ ବଂଶଲଙ୍କର ସରବୁ କାର୍ଯ୍ୟକାଳ। ତାଙ୍କ ସ୍ଥାନରେ ସରକାର କାହାକୁ ନିଯୁକ୍ତ କରିନାହାନ୍ତି। ତାବଦଳରେ ଅରୁଣ ଷଡଙ୍ଗୀଙ୍କୁ ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକର। ନୂଆ ଡିଜିପି ନିଯୁକ୍ତ ହେବା ଯାଏ ସେ ଏହି ପଦର ଦାୟିତ୍ୱରେ ରହିବେ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
ଆସନ୍ତା ଡିସେମ୍ବର ୩୧ତାରିଖରେ ବର୍ତ୍ତମାନର ପୁଲିସ ଡିଜି ସୁନୀଲ କୁମାର ବଂଶଲ ଚାକିରିରୁ ଅବସର ନେବେ। ତେଣୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଡିଜିପି ଭାବେ ଅରୁଣ ଷଡ଼ଙ୍ଗୀ ଶପଥ ନେବେ। ୧୯୯୦ ବ୍ୟାଚ୍ର ଆଇପିଏସ ଅଫିସର ଅରୁଣ ଷଡ଼ଙ୍ଗୀ ଏବେ BPSPAର ନିର୍ଦ୍ଦେଶକ ରହିଛନ୍ତି। ତେଣୁ ବିପିଏସପିଏ ନିର୍ଦ୍ଦେଶ ସହ ସେ ପୁଲିସ୍ ବିଭାଗର ମୁଖ୍ୟ ଭାବେ କାମ କରିବେ।
ସୂଚନାଥାଉକି, ପରବର୍ତ୍ତୀ ପୁଲିସ ଡିଜି ପଦବୀ ନିମନ୍ତେ ରାଜ୍ୟ ସରକାର ମୋଟ ୭ଜଣ ଆଇପିଏସ ଅଫିସରଙ୍କ ତାଲିକା ୟୁପିଏସସିଙ୍କୁ ସୁପାରିସ୍ କରିଛନ୍ତି। ୧୯୮୮ରୁ ୧୯୯୦ ବ୍ୟାଚ୍ ମଧ୍ୟରେ ଥିବା ମୋଟ ୮ଜଣ ଆଇପିଏସ ଅଫିସରଙ୍କ ମଧ୍ୟରୁ ୧୯୮୯ ବ୍ୟାଚର ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ୭ଜଣଙ୍କ ନାମ ୟୁପିଏସସିକୁ ପଠାଯାଇଛି।