Odisha Link
Bridging the Missing Links in Odisha

ନିଶ୍ଚିନ୍ତକୋଇଲିରେ ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା: ଦୁର୍ଘଟଣାର କାରଣ କହିଲେ ପରିବହନ କମିଶନର

ଓଏଲ୍‌ ବ୍ୟୁରୋ: ବର୍ଷ ଆରମ୍ଭରୁ ନିଶ୍ଚିନ୍ତକୋଇଲିରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। କଟକ ନିଶ୍ଚିନ୍ତକୋଇଲିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ବସ୍-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି। ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ନିଶ୍ଚିନ୍ତକୋଇଲି ଦୁର୍ଘଟଣା ନେଇ ପରିବହନ କମିଶନର ସୂଚନା ଦେଇଛନ୍ତି। କୁହୁଡ଼ି ପାଇଁ ଦୁର୍ଘଟଣା ହୋଇଥିବା କମିଶନର ଅମିତାଭ ଠାକୁର କହିଛନ୍ତି। ଉଭୟ ବସ୍‌ ଏବଂ ଟ୍ରକର କାଗଜପତ୍ର ସବୁ ଠିକ୍ ରହିଛି। ବସ୍‌ର ଫିଟ୍‌ନେସ୍‌ ଓ ବୀମା ଏବଂ ରାଜସ୍ଥାନୀ ଟ୍ରକର ବି ସବୁ ଠିକ୍‌ ଅଛି। ତେବେ ଘନକୁହୁଡ଼ି ଦୁର୍ଘଟଣାର କାରଣ ବୋଲି କମିଶନର ଅମିତାଭ ଠାକୁର କହିଛନ୍ତି।

ସୂଚନା ଅନୁସାରେ, ଆଜି ଭୋରରୁ କଟରପଡ଼ା ଛକ ନିକଟରେ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ନିଶ୍ଚିନ୍ତକୋଇଲି କଟରପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ହୋଇଛି। କେନ୍ଦ୍ରାପଡ଼ାରୁ କଟକ ଆସୁଥିବା ବେଳେ ଦୁର୍ଘଟଣା ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.