ସୁରଙ୍କ ବଡ଼ ଘୋଷଣା: ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ମନ୍ମଥ!
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦିଲ୍ଲୀରେ ଓଡ଼ିଶା ଦଖଲ ପାଇଁ କରୁଛନ୍ତି ପ୍ରସ୍ତୁତି। ଅନ୍ୟପଟେ ଦେଶର ସବୁଠି ଚର୍ଚ୍ଚାରେ ରହୁଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଲଗାତାର ୬ଷ୍ଠ ଥର ପାଇଁ ବିଜୟ ମୁକୁଟ ପିନ୍ଧିବା ପାଇଁ ଆପଣାଇଛି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ସୁର ରାଉତରାୟ ବଡ ଘୋଷଣା କରିଛନ୍ତି।
ଭୁବନେଶ୍ୱର ବିମାନବନ୍ଦରରେ ପୁଅକୁ ସ୍ୱାଗତ ବେଳେ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ପୁଅ ମନ୍ମଥଙ୍କୁ ଉତ୍ତରାଧିକାରୀ ଘୋଷଣା କଲେ ସୁର ରାଉତରାୟ। ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ମନ୍ମଥ ରାଉତରାୟ। ଏନେଇ ଘୋଷଣା କଲେ ବିଧାୟକ ତଥା ମନ୍ମଥଙ୍କ ବାପା ସୁର ରାଉତରାୟ। ଆଜିଠୁ ମନ୍ମଥ ଜଟଣୀ ଦାୟିତ୍ୱ ନେଲେ, ତମମାନଙ୍କ ପାଇଁ ଚାକିରି ଛାଡ଼ି ଆସିଲେ ବୋଲି ସୁର ରାଉତରାୟ କହିଛନ୍ତି।