ଭିଜିଲାନ୍ସ ପଞ୍ଝାରେ ଟ୍ରାଫିକ ଇନ୍ସପେକ୍ଟର; ମିଳିଲା ବିଡ଼ା ବିଡ଼ା ବେଆଇନ ଟଙ୍କା
ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଟ୍ରାଫିକ ଇନ୍ସପେକ୍ଟର। ଭିଜିଲାନ୍ସ ପଞ୍ଝାରେ ପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି ତାଳଚେର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରା। ବେଆଇନ ନଗଦ ଟଙ୍କା ରଖିଥିବା ଅଭିଯୋଗରେ ଚଢ଼ାଉ କରାଯାଇଛି। ଜିତେନ୍ଦ୍ରଙ୍କ ପାଖରୁ ନଗଦ ୨୪ ଲକ୍ଷ ଟଙ୍କା ଜବତ ହୋଇଛି। ଏହା ସହ ଗାଡ଼ିରୁ ୧୧ଲକ୍ଷ ଟଙ୍କା ଓ ୨ଟି ଘର ଯାଞ୍ଚରୁ ୩ଲକ୍ଷ ଓ ୧୦ଲକ୍ଷ ଟଙ୍କା ଜବତ କରାଯାଇଛି।