Odisha Link
Bridging the Missing Links in Odisha

ଭାରତରେ ଘନ କୁହୁଡ଼ିର ପ୍ରଭାବ: ବିଳମ୍ବରେ ଗଡୁଛି ଟ୍ରେନ, ଯାତ୍ରୀ ହନ୍ତସନ୍ତ

ଓଏଲ୍‌ ବ୍ୟୁରୋ: ଭାରତରେ ଘନ କୁହୁଡ଼ି ଯୋଗୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଆଉ ୪ରୁ ୫ ଦିନ ଘନ କୁହୁଡ଼ି ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମଗ୍ର ଉତ୍ତର ଭାରତରେ ଏପରି ପାଗ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଦିଲ୍ଲୀ ଓ କୋଲକାତା ବିମାନବନ୍ଦରରେ ବିମାନସେବା ବାଧାପ୍ରାପ୍ତ ହୋଇଛି। ଯାତ୍ରୀଙ୍କୁ ଯୋଗାଯୋଗରେ ରହିବାକୁ ବିମାନ ସେବା ସଂସ୍ଥା ପକ୍ଷରୁ ପରାମର୍ଶ ଦିଆଯାଇଛି। ଦୃଶ୍ୟମାନ ଦୂରତା କମ ଥିବାରୁ ଦିଲ୍ଲୀ ବିମାନ ବନ୍ଦରରୁ ବିମାନକୁ ବାତିଲ କରାଯାଇଥିବା ବେଳେ ଅନ୍ୟ ବିମାନ ବିଳମ୍ବିତ ରହିଛି। ହଜାର ହଜାର ସଂଖ୍ୟାରେ ଯାତ୍ରୀ ବିମାନ ବନ୍ଦରରେ ଅପେକ୍ଷାରତ ରହିଛନ୍ତି।

ଦୁଇ ସପ୍ତାହର ଶୀତ ଅବକାଶ ପରେ ଆଜିଠାରୁ ସ୍କୁଲ କଲେଜ ଖୋଲିବାକୁ ଥିଲା। ତେବେ ଭୀଷଣ ଥଣ୍ଡା ପାଇଁ ସ୍କୁଲ ସମୟକୁ କମ କରାଯାଇଛି। ଦିଲ୍ଲୀ ବିମାନ ବନ୍ଦରରେ ଘନକୁହୁଡି ଦେଖିବାକୁ ମିଳିଛି। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛି। ସେପଟେ ବିଳମ୍ବରେ ଚାଲୁଛି ଦିଲ୍ଲୀ ଯାଉଥିବା ୧୮ ଟ୍ରେନ୍। ଯାହା ଫଳରେ ଯାତ୍ରୀ ହନ୍ତସନ୍ତ ହେଉଥିବା ଘଟଣା ସାମ୍ନାକୁ ଆସିଛି।

Leave A Reply

Your email address will not be published.