ଆଜିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା; ରାଜ୍ୟର କଳା ଓ ପରମ୍ପରାକୁ ନେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଆଜିଠାରୁ କମ୍ପିବ ବରଗଡ଼। ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ସନ୍ଧ୍ୟାରେ ବରଗଡ଼ରେ ୭୬ତମ ଧନୁଯାତ୍ରା ଉଦ୍ଘାଟନ ହେବ। ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଧନୁଯାତ୍ରା ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। କଂସଙ୍କ ଶାସନରେ ଦୁଲୁକିବ ରଙ୍ଗମଞ୍ଚ। ୧୧ ଦିନ ଧିର ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରସିଦ୍ଧି ପାଇଛି ବରଗଡ଼ର ଧନୁଯାତ୍ରା ମହୋତ୍ସବ।
ବିଶ୍ଵ ପ୍ରସିଦ୍ଧ ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ବରଗଡ଼ ଧନୁଯାତ୍ରା ଅବସରରେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ କୃଷ୍ଣଙ୍କ ମଥୁରା ଯାତ୍ରାର ମହାନ ଗାଥାକୁ ଏହା ପ୍ରଦର୍ଶିତ କରିଆସୁଛି। ଆମ କଳା ଓ ପରମ୍ପରାର ଏହା ହେଉଛି ଅନନ୍ୟ ପ୍ରତୀକ ବୋଲି ନିଜ ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି।
ବିଶ୍ଵ ପ୍ରସିଦ୍ଧ ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ବରଗଡ଼ ଧନୁଯାତ୍ରା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଭଗବାନ କୃଷ୍ଣଙ୍କ ମଥୁରା ଯାତ୍ରାର ମହାନ ଗାଥାକୁ ଏହା ପ୍ରଦର୍ଶିତ କରିଆସୁଛି। ଆମ କଳା ଓ ପରମ୍ପରାର ଏହା ହେଉଛି ଅନନ୍ୟ ପ୍ରତୀକ। #ଧନୁଯାତ୍ରା pic.twitter.com/hPNbdHzLBi
— Naveen Patnaik (@Naveen_Odisha) January 15, 2024
ସୂଚନା ଅନୁସାରେ, ପୂର୍ବ ବର୍ଷ ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ଉପଲକ୍ଷେ ଧୁମଧାମରେ ପାଳନ ହେଉଥିଲା। ୧୧ଦିନ ଧନୁଯାତ୍ରା ହେବାକୁ ଥିବାବେଳେ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଧନୁଯାତ୍ରା ହୋଇଥିଲା। କରୋନା ମହାମାରୀ କାରଣରୁ ୨ବର୍ଷ ବନ୍ଦ ଥିଲା ଧନୁଯାତ୍ରା। ତେବେ ପୂର୍ବ ବର୍ଷ ଧନୁଯାତ୍ରା ଆରମ୍ଭ ହୋଇଯାଇଥିଲା।