ଭୀମ ଭୋଇରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା: ଗିରଫ ୨ ଅଭିଯୁକ୍ତଙ୍କ ବିରୋଧରେ ଏନ୍ଏସ୍ଏ ଜାରି
ଓଏଲ୍ ବ୍ୟୁରୋ: ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା। ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଗିରଫ ହୋଇଥିଲେ। ବର୍ତ୍ତମାନ ୨ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲଗାଇଲା ଜିଲ୍ଲା ପ୍ରଶାସନ। ଗିରଫ ସମୀର ବନମାଳି, ଲିପୁନ ସାହୁଙ୍କ ନାଁରେ ଏନ୍ଏସ୍ଏ ଲାଗିଲା। ଉଭୟଙ୍କର ପୂର୍ବ ଅପରାଧିକ ରେକର୍ଡ ଦେଖି ଏନ୍ଏସ୍ଏ ଲଗାଗଲା। ଡିସେମ୍ବର ୨୮ରେ ମେଡିକାଲ ପରିସରରେ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ।