୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ; ଦଳ ବିରୋଧୀ କାର୍ଯ୍ୟ ପାଇଁ ହୋଇଥିଲେ ନିଲମ୍ବିତ

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟର ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରିଥିଲା କଂଗ୍ରେସ। ଏବେ କଂଗ୍ରେସ ପ୍ରଭାରୀ ନିଲମ୍ବନ ହଟାଇଛନ୍ତି। ଏହା ସହ କୃଷ୍ଣଚନ୍ଦ୍ର ସରଘରିଆଙ୍କ ଉପରୁ ମଧ୍ୟ ନିଲମ୍ବନ ହଟି ଯାଇଛି।
ସୂଚନା ଅନୁସାରେ, ଗତ ଜୁଲାଇ ୧୫ ତାରିଖରେ କଂଗ୍ରେସ ପକ୍ଷରୁ ପକ୍ଷ ପାଇଥିବା ଚିଠି ଅନୁସାରେ, ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଅନୁସାରେ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି। ଯାହା ଦଳର ଶୃଙ୍ଖଳା ଭଙ୍ଗ କରୁଛି। ଅଭିଯୋଗ ଆସିବା ପରେ ଦୁଇ ନେତାଙ୍କୁ ଏହାର ଜବାବ ମଗା ଯାଇଥିଲା। ସେମାନେ ଦେଇଥିବା ଉତ୍ତର ସନ୍ତୋଷଜନକ ନଥିଲା। ଯେଉଥିପାଇଁ ମହମ୍ମଦ ମୋକିମ ଓ ଚିରଞ୍ଜୀବି ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା କଂଗ୍ରେସ ପକ୍ଷରୁ ପକ୍ଷ ପାଇଥିବା ଚିଠିରେ ଉଲ୍ଲେଖ ଥିଲା।