କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଚର୍ଚ୍ଚାରେ ଇଡିସିଆଇଏଲ୍-ଓସେପାର ସ୍ପଷ୍ଟୀକରଣ
ଓଏଲ୍ ବ୍ୟୁରୋ: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ସାମ୍ନାକୁ ଆସିଥିଲା। ନିଯୁକ୍ତିକୁ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ ଇଡିସିଆଇଏଲ୍ ର ସ୍ପଷ୍ଟୀକରଣ ରଖିଛି। ଇଡିସିଆଇଏଲର ସ୍ପଷ୍ଟୀକରଣ ଅନୁସାରେ ଓଡ଼ିଶାରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ଆସିଥିବା ଅଭିଯୋଗରେ ଇଡିସିଆଇଏଲର କୌଣସି ଭୂମିକା ନଥିବା ଜଣାପଡିଛି। ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଇଡିସିଆଇଏଲ୍ କହିଛି ଯେ, ଇଡିସିଆଇଏଲ୍ ଓଡ଼ିଶା ସରକାରଙ୍କ ଓସେପା ସହ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଅଗଷ୍ଟ ୨୨, ୨୦୨୩ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା(ସିବିଟି) ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଏବଂ ପରୀକ୍ଷା ଆୟୋଜନ କରିଥିଲା। ନିୟମ, ସର୍ତ୍ତାବଳୀ ଓ ମାନଦଣ୍ଡ ଅନୁସାରେ ଆଶାୟୀ ପ୍ରାର୍ଥୀମାନଙ୍କ ଚୟନ କରି ମେରିଟ୍ ତାଲିକା ଓଡ଼ିଶା ସରକାରଙ୍କ ଅଧୀନ ଓସେପାକୁ ଦିଆଯାଇଥିଲା। ରେସପୋର୍ନସେସ୍ କ୍ୟୁରି ମ୍ୟାନେଜମେଣ୍ଟ ଦ୍ୱାରା ଓସେପାର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସବୁ ପ୍ରକାର ଅଭିଯୋଗର ସମାଧାନ କରାଯାଇଥିଲା।
ସିବିଟି ପରୀକ୍ଷା ପରେ ଇଡିସିଆଇଏଲ୍ ୨୨ଅଗଷ୍ଟ ୨୦୨୩ର ରେଜଲ୍ୟୁସନରେ ଦର୍ଶାଯାଇଥିବା ଗାଇଡଲାଇନ ଆଧାରରେ ପରୀକ୍ଷା ଫଳ ପ୍ରସ୍ତୁତ କରିଥିଲା ଏବଂ ଏମଓୟୁ ଆଧାରରେ ଓସେପାର ଅଧିକାରପ୍ରାପ୍ତ ନିଯୁକ୍ତ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। କମ୍ବାଇନଡ୍ ଲିଷ୍ଟ ଓସେପାକୁ ୧୩ ଜାନୁଆରୀରେ ପ୍ରଦାନ କରାଯାଇଥିଲା ଏବଂ ୧୫ ଜାନୁଆରୀରେ ଜିଲ୍ଲା ଆଲୋକେସନ ସହ ମେରିଟ୍ ଲିଷ୍ଟ ଓସେପାକୁ ବି ପ୍ରଦାନ କରାଯାଇଥିଲା। ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ତାହା ଓସେପା ତରଫରୁ ସମସ୍ୟା ରହିଥିବା ଇଡିସିଆଇଏଲ୍ ସ୍ପଷ୍ଟୀକରଣ ପ୍ରଦାନ କରିଛି। ଏହା ପରେ ଓସେପା ଏହାର ଜବାବ ରଖିଛି।
ଓସେପାର ସ୍ପଷ୍ଟିକରଣ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅପପ୍ରଚାର କରୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଆଇଟି ସେଲ ମିଛ ଖବର ପ୍ରଚାର କରି ରାଜନୀତି କରିବାକୁ ଚାହୁଁଥିବା ସାଂସଦ ସସ୍ମିତ ପାତ୍ର ଟ୍ୱିଟ କରି କହିଛନ୍ତି।
The Press release by EdCIL (India) Limited, a "Miniratna" Central PSE under Government of India has clarified everything on Junior Teachers recruitment. The Tweet by Odisha School Education Programme Authority (OSEPA) further clarifies it well. However, an informal, unsigned… https://t.co/A21XCy8ORJ pic.twitter.com/arfskRl53L
— ଡ଼ଃ ସସ୍ମିତ ପାତ୍ର I Dr. Sasmit Patra (@sasmitpatra) January 24, 2024
ଅନ୍ୟପଟେ, ହାଇକୋର୍ଟରେ ରାଜ୍ୟ ସରକାର ଏହି ମାମଲାକୁ ନେଇ ଜବାବ ଦାଖଲ କରିଛନ୍ତି। ଜିଲ୍ଲା ୱାରୀ ମେରିଟ୍ ଲିଷ୍ଟ ଜାରି କରିଥିବା ଜଣାଇଲେ। ପୂର୍ବ ପ୍ରକାଶିତ ଲିଷ୍ଟ ପ୍ରତ୍ୟାହାର ହୋଇଛି କି ନାହିଁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।