ମିଳିଲା ଲ୍ୟାଣ୍ଡର ବିକ୍ରମ ଠିକଣା

ବେଙ୍ଗାଲୁରୁ: ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ମିଳିଳା ସୂଚନା। ଚନ୍ଦ୍ରପୃଷ୍ଠରେ ଏହା ପଡ଼ିଥିବା ଜଣାପଡ଼ିଛି। ଚନ୍ଦ୍ର ଚାରିପଟେ ଘୁରି ବୁଲୁଥିବା ଅର୍ବିଟର ଏହାର ଫଟୋ ନେଇଛି। ଅର୍ବିଟରରୁ ଇସ୍ରୋକୁ ଫଟୋ ମିଳିବା ପରେ ଲ୍ୟାଣ୍ଡର ବିକ୍ରମ ନେଇ ତଥ୍ୟ ଦେଇଛି ଇସ୍ରୋ ।ଏ ନେଇ ଇସ୍ରୋ ମୁଖ୍ୟ କେ ଶିବନ ସୂଚନା ଦେଇଛନ୍ତି। ଖୁବଶୀଘ୍ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ହେବ ବୋଲି ସେ କହିଛନ୍ତି।
https://twitter.com/KailasavadivooS/status/1170612975582887937
ସୂଚନାଯୋଗ୍ୟ, ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଚନ୍ଦ୍ର ଚାରିପଟେ ଘୂରିବୁଲୁଥିବା ଅର୍ବିଟର ଲ୍ୟାଣ୍ଡର ବିକ୍ରମର ସ୍ଥିତି ବାବଦରେ ଚିତ୍ର ପଠାଇଛି ଇସ୍ରୋକୁ। ଏହା ପରେ ଇସ୍ରୋ ବୈଜ୍ଞାନିକମାନେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।
Indian Space Research Organisation (ISRO) Chief, K Sivan to ANI:We've found the location of #VikramLander on lunar surface&orbiter has clicked a thermal image of Lander. But there is no communication yet. We are trying to have contact. It will be communicated soon. #Chandrayaan2 pic.twitter.com/1MbIL0VQCo
— ANI (@ANI) September 8, 2019
ଲ୍ୟାଣ୍ଡରର ଫଟୋ ମିଳିବା ପରେ ଏବେ ଏହାକୁ ନେଇ ଆହୁରି ତଥ୍ୟ ସ୍ପଷ୍ଟ ହେବାର ସଂଭାବନା ସୃଷ୍ଟି ହୋଇଛି। ଚନ୍ଦ୍ରଯାନ ୨ରେ ଥିବା ଅର୍ବିଟର ଠାରୁ ଅଲଗା ହୋଇ ବିକ୍ରମ ଚନ୍ଦ୍ର ପୃଷ୍ଠ ଆଡକୁ ଗତି କରିଥିଲା । ଚନ୍ଦ୍ର ପୃଷ୍ଠର ମାତ୍ର ୨ . ୧ କିଲୋମିଟର ଉଚ୍ଚତାରୁ ସଫ୍ଟ ଲ୍ୟାଣ୍ଡିଂ କରୁଥିବା ବେଳେ ବିକ୍ରମ ସହିତ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା। କିନ୍ତୁ ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦକ୍ଷଣ କରୁଥିବାରୁ ଏହି ଅର୍ବିଟର ମାଧ୍ୟମରୁ ହିଁ ବିକ୍ରମର ସଠିକ୍ ଅବସ୍ଥିତି ଜାଣିହେବ ବୋଲି ଆଶା କରାଯାଉଥିଲା। ଏବଂ ଆଜି ତାହା ହିଁ ହେଲା।
ଇସ୍ରୋକୁ ଅର୍ବିଟର ଫଟୋ ପଠାଇବା ପରେ ବିକ୍ରମର ଅବସ୍ଥିତି ଏବେ ଜଣାପଡିଛି ୨୩ ଶହ ୭୯ କେଜି ଓଜନର ଅର୍ବିଟରରେ ରହିଛି ୮ ଟି ପେ’ଲୋଡ୍। ଏହା ଚନ୍ଦ୍ର ପୃଷ୍ଠର ମ୍ୟାପିଂ କରି ତଥ୍ୟ ପଠାଇବା ଏହାର ମୁଖ୍ୟ କାମ। ଅର୍ବିଟର ଏକ ବର୍ଷ ପାଇଁ କାମ କରିବା ଯୋଜନା ଥିବା ବେଳେ ଏହାର ଜୀବନ କାଳ ୭ ବର୍ଷ ରହିଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ରହିଛି।
Comments are closed.