ସମ୍ବଲପୁରରେ ମୋଦିଙ୍କୁ ପ୍ରଶଂସା କଲେ ନବୀନ
ଓଏଲ୍ ବ୍ୟୁରୋ: ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ବଲପୁର ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ୬୮ ହଜାର କୋଟି ଟଙ୍କା ପ୍ରକଳ୍ପର ଭେଟି ଦେଇଛନ୍ତି। ଏଥିସହିତ ଆଇଆଇଏମ୍ ସମ୍ବଲପୁରର ନୂଆ କ୍ୟାମ୍ପସର ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି। ଏଥିସହିତ ଏକ ରୋଚକ ଦୃଶ୍ୟ ଦେଖିବାକୁ ମଧ୍ୟ ମିଳିଛି। ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ମିଳାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ଓଡ଼ିଶାର ବିକାଶ ଯାତ୍ରା ପାଇଁ ବଡ଼ ମହତ୍ତ୍ବପୂର୍ଣ୍ଣ ଦିନ। ଆଜି ଓଡ଼ିଶାବାସୀଙ୍କୁ ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ଶୁଭେଚ୍ଛା ଜଣାଉଛି। ଏଥିରୁ ସମାଜର ସବୁ ବର୍ଗର ଲୋ ଲାଭ ପାଇବେ। ଏହି ପ୍ରକଳ୍ପ ଓଡ଼ିଶାର ନବଯୁବକଙ୍କୁ ରୋଜଗାର ଯୋଗାଇବ ବୋଲି କହିଛନ୍ତି।
ଏଥିସହିତ ସେ କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ବପୂର୍ଣ୍ଣ ସ୍ଥାନକୁ ନେବାକୁ ପ୍ରୟାସ ଚଳାଇଛୁ। ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇ ଆସୁଛୁ। ଗତ ୧୦ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ଦେଢ଼ ଲକ୍ଷ କୋଟିର ନିବେଶ କରାଯାଇଛି।ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ୧୨ ଗୁଣ ଅଧିକ ଅର୍ଥ ଦିଆଯାଇଛି ସେହିପରି ଓଡ଼ିଶାର ଗ୍ରାମାଞ୍ଚଳରେ ୫୦ ହଜାର କିଲୋମିଟର ରାସ୍ତା ହୋଇଛି।
ସେହିପରି ସମ୍ବଲପୁରର ନୂଆ କ୍ୟାମ୍ପସର ଉଦଘାଟନ ଉତ୍ସବ ପାଇଁ ସମୟ ବାହାର କରି ଯୋଗଦେଇଥିବାରୁ ପ୍ରଧାନମନନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଦିଙ୍କ ପ୍ରସଂଶା କରି ନବୀନ କହିଛନ୍ତି, ଦେଶକୁ ନୂଆ ଦିଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ।ଦେଶକୁ ଅର୍ଥନୀତିର ପାୱାର ହାଉସ ପରିଣତ କରିବା ଦିଗରେ କାର୍ଯ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଦେଶରେ ଗୋଲଡେନ ସମୟ ଚାଲିଥିବା ବେଳେ ଓଡ଼ିଶା ଏଥିରେ ଆଗୁଆ ରହିଛି। ଷ୍ଟାଟଅପକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଗୁରୁତ୍ୱ ଦେଇଛି।