ରାଜଧାନୀ ରାଜରାସ୍ତାରେ ହରିଣ ପଲ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ବରମୁଣ୍ଡା ଜଗନ୍ନାଥ ନଗର ନିକଟରେ ପଲେ ହରିଣ ବୁଲୁଥିବା ଦେଖିବାକୁ ମିଳିଛି। ହରିଣ ଦେଖିବାକୁ ଜଗନ୍ନାଥ ନଗରରେ ଲୋକଙ୍କ ଭିଡ଼ ଜମିଛି । ତେବେ ଉକ୍ତ ହରିଣ ପଲ ଭରତପୁରର ନିକଟ ସଂରକ୍ଷିତ ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି ।