କୋଇଲା ଅତଡ଼ା ଖସି କର୍ମଚାରୀ ମୃତ
ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ନନ୍ଦିରା ଭୂତଳ କୋଇଲା ଖଣିରେ ଏକ କୋଇଲା ଅତଡ଼ା ଖସି ଜଣେ କର୍ମଚାରୀଙ୍କ ମୃତ ଘଟିଥବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ମୃତ ବ୍ୟକ୍ତିଜଣକ ହେଲେ ଢେଙ୍କାନାଳ ଜିଲ୍ଲାର ଜିରାଳ ଗ୍ରାମର ଗଙ୍ଗାଧର ଦାସ(୫୭)। ସେ ଡ୍ରେସର ଭାବେ କାମ କରୁଥିବା ନେଇ ସୂଚନା ମିଳିଛି।…