କବିଟିଏ ମରିଗଲା ପରେ
ବେଶି କିଛି ହୁଏନାହିଁ।
ଆଗ ପରି ଝରୁଥାଏ ଆକାଶରୁ
ଲଘୁଚାପ ବର୍ଷା, ଆଗ ପରି ରାସ୍ତାଘାଟ,
ଘୋ-ଘା' ବଜାରରେ,
ଆଲୁଅକୁ ମୁହଁ କରି ଠିଆ ହେଲେ
ଏବେ ବି କାଟେ ଆଖିକି,
ଆଗ ପରି ବେଳେବେଳେ ଭୁଲିଯାଏ ଜଣେ
ନିଜର ଠିକଣା, ଦ୍ବିତୀୟ ଗଳିରେ ନ ଯାଇ
ଚାଲିଯାଏ ତିନି ନମ୍ବରରେ।
ଆଗପରି ଚାଲିଥାଏ ଚେଷ୍ଟା…